ବୌଦ୍ଧ: ସ୍ପିରିଟ୍‌ କାରଖାନାକୁ ବିରୋଧ କରି ପୁଲିସ-ଗ୍ରାମବାସୀ ମୁହାଁମୁହିଁ, ୨୮ ଅଟକ

ବୌଦ୍ଧ: ହରଭଙ୍ଗା ବ୍ଲକ ତିତିରିକଟାରେ ହେବାକୁ ଥିବା ପ୍ରସ୍ତାବିତ ସ୍ପିରିଟି କାରଖାନାକୁ କେନ୍ଦ୍ର କରି ପୁଲିସ ଓ ଗ୍ରମାବାସୀଙ୍କ ମଧ୍ୟରେ ଗୁରୁବାର ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସହିତ ସଂପୃକ୍ତ ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ଅବକାଶ ସାହୁ ଓ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡିଙ୍କ ସମେତ ୨୮ଜଣଙ୍କୁ ପୁଲିସ ଅଟକ ରଖିଛି। ଫକୀରପୁର ଗ୍ରାମ୍ୟ ଜଙ୍ଗଲଦେଇ କାରଖାନାକୁ ମହାନଦୀରୁ ପାଣି ଯୋଗାଇବା ପାଇଁ କମ୍ପାନି କର୍ତ୍ତୃପକ୍ଷ ମାଟି ଖୋଲି ପାଇପ ପକାଇବାକୁ ନେଇ ଫକୀରପୁର ଗ୍ରାମବାସୀଙ୍କ ସମେତ ବଳରାମପୁର, ବିଷ୍ଣୁପୁର ଓ ଦାମୋଦରପୁର ଗ୍ରାମବାସୀ ଦୀର୍ଘ ଦିନ ଧରି ବିରୋଧ କରି ଆସୁଛନ୍ତି। ମାତ୍ର ଆଜି ପୁଲିସ ଉପସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ ବଳପୂର୍ବକ ପାଇପ ପୋତୁଥିବା ବେଳେ ଗ୍ରାମବାସୀ ବିରୋଧ କରିବାରୁ ପୁଲିସ ଲାଠିଚାର୍ଜ କରିବା ସହିତ ୨୮ ଜଣଙ୍କୁ ଅଟକ ରଖିଛି। ରିପୋର୍ଟ ଲେଖା ଯିବା ବେଳକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର