ଥାନା ଭିତରୁ ‘ମୂଷା’ ଚମ୍ପଟ

ମହାକାଳପଡ଼ା : ଚୋରି ଘଟଣାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସକୁ ଚକମା ଦେଖାଇ ମହାକାଳପଡ଼ା ଥାନା ଭିତରୁ ଚମ୍ପଟ ମାରିଛି। ଆଜି ରାତି ପ୍ରାୟ ସାଢେ ୧୦ଟାରେ ଏହି ଘଟଣା ଘଟିଛି। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚଳାଇଛି।

ଏହି ଅଭିଯୁକ୍ତର ନାମ ମୂଷା। ତା’ର ଘର ମାର୍ଶାଘାଇ ବ୍ଲକ ବାଲଣା ଗ୍ରାମରେ। ମୋବାଇଲ୍‌ ଓ ଅଳଙ୍କାର ଚୋରି ଘଟଣାରେ ମହାକାଳପଡ଼ା ପୁଲିସ ତାକୁ ଗତକାଲି ରାତିରେ ଧରି ଥାନାକୁ ଆଣିଥିଲା। ତା’ ପାଖରୁ ଚୋରି ମୋବାଇଲ୍‌ ଜବତ କରିଥିଲା। ଅଳଙ୍କାର ବିଷୟରେ ପଚରାଉଚୁରା ବେଳେ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହି ମୂଷା ତଳେ ପଡ଼ିଗଲା। ଏହି ସମୟରେ ପୁଲିସର ଅନ୍ୟମନସ୍କତାର ସୁଯୋଗ ନେଇ ସେ ଚମ୍ପଟ ମାରିଲା। ପୁଲିସ ତା’ ପଛରେ ଗୋଡ଼ାଇ ଥିଲେ ହେଁ ଅନ୍ଧାରର ସୁଯୋଗ ନେଇ ମୂଷା ବିଲ ବାଟେ ଦୌଡ଼ି ପଳାଇଥିଲା।

ସମ୍ବନ୍ଧିତ ଖବର