ପୋଖରୀରେ ଗାଧୋଇଲା ବେଳେ ବୁଡିଯାଇ ଜଣେ ଶ୍ରମିକ ମୃତ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଗାଧୋଇଲା ବେଳେ ପୋଖରୀରେ ବୁଡ଼ିଯିବାରୁ ମଙ୍ଗଳବାର ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହୁଲପାଳ ଗାଁରେ ଆଜି ଦିନ ବେଳା ଗାଧୋଇବା ପାଇଁ ଗିରିସ ଦେହୁରୀ(୪୫ବର୍ଷ) ନୋହାକଯଣି ପୋଖରୀକୁ ଯାଇଥିଲେ।

ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ପୋଖରୀ ଆଡ଼କୁ ଯାଇଥିଲେ। ସେଠାରେ ସେମାନେ ଗିରିସକୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସରେ କାମାକ୍ଷାନଗର ମେଡିକାଲ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମଟମ କରିବାକୁ ରଖିଛି।

ଗିରିସ ଦେହୁରୀ ଜଣେ ଗରିବ ଲୋକ ଥିବାରୁ ସେ ଅନ୍ୟର ମୂଳ ଲାଗି ପରିବାର ଚଳାଇ ଥିଲା। ଆଜି ମଧ୍ୟ ସେ କାମ କରିବାକୁ ଯାଇଥିଲା। ଅପରାହ୍ନରେ କାମ ସାରି ଗାଧୋଇବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଗିରିସର ପରିବାର କିହଲେ ସ୍ତ୍ରୀ, ୯ ବର୍ଷର ପୁଅ ଓ ୬ ବର୍ଷର ଝିଅ।

ସମ୍ବନ୍ଧିତ ଖବର