ପୁରୀ: ପ୍ରେମିକ ସହ ମିଶି ନିଜ ଝିଅକୁ ଶାରୀରିକ ନିର୍ଯାତନା ଦେଲେ ଜନ୍ମଦାତ୍ରୀ ବିଧବା ମା’

ଆଠ ବର୍ଷର ନିର୍ଯ୍ୟାତିତ ନାବାଳିକା ଉଦ୍ଧାର, ଚାଇଲ୍ଡଲାଇନକୁ ହସ୍ତାନ୍ତର

ପୁରୀ: ଶିଶୁଟିଏ ପାଇଁ ପିତା-ମାତା ହେଉଛନ୍ତି ଭଗବାନ ସଦୃଶ। ପିତାଙ୍କ ପରିଚୟ ନେଇ ପିଲାଟିଏ ସମାଜ ଆଗରେ ନିଜକୁ ଗର୍ବ ଅନୁଭବ କରିଥାଏ। ସେହିପରି ମା’ର ସ୍ନେହ ମମତାରେ ପିଲାମାନେ ସମସ୍ତ ରାଗ ଅଭିମାନକୁ ଭୁଲି ଯାଇଥାନ୍ତି କିନ୍ତୁ ସମାଜରେ ଏ ଭଳି ମା’ ବି ଅଛନ୍ତି, ଯେଉଁମାନେ ନିଜ ପିଲାଙ୍କ ଅପେକ୍ଷା ଶହେ ଗୁଣ ଅଧିକ ପ୍ରେମିକକୁ ଭଲ ପାଆନ୍ତି। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ପୁରୀ ଟାଉନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ ରାଧାଗୋବିନ୍ଦ ଲେନ୍‌ରେ ରହୁଥିବା ବିଧବା ବନିତା ( ଛଦ୍ମନାମ)  ପ୍ରେମିକ ସହ ମିଶି ନିଜର ଆଠ ବର୍ଷର ଝିଅକୁ ଦୀର୍ଘ ୨ ମାସ ହେବ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲା। ପତିଙ୍କ ମୃତ୍ୟୁ ପରେ ସେ ବାସେଳିସାହି ଅଞ୍ଚଳର  ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଜାଣିବାକୁ ମିଳିଥିଲା । ନିଜେ ଜନ୍ମ କରିଥିବା ଝିଅକୁ ଶତ୍ରୁ ମନେ କରି ମଙ୍ଗଳବାର ଛାତ ଉପରକୁ ନେଇ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଘଟଣା ସାହିବାସିନ୍ଦାଙ୍କ ନଜରରେ ପଡ଼ି ଯାଇଥିଲା। ସାହିଲୋକେ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର