ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପ୍ରଖର ସ୍ରୋତରେ ୩ ଭାସି ଗଲେ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ବାଲିଗୁଡ଼ା/ଜଗନ୍ନାଥପ୍ରସାଦ: ଗତ ଦୁଇଦିନର ଲଗାଣ ବର୍ଷା ପରେ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଶନିବାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପୃଥକ୍ ଘଟଣାକ୍ରମରେ ପାଣିର ପ୍ରଖର ସ୍ରୋତରେ ଭାସି ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଏଯାବତ୍ ନିଖୋଜ ଅଛନ୍ତି। ସେହିପରି ଜଣକୁ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଘଟଣାରେ ୫ ଜଣଙ୍କୁ ୭ ବର୍ଷ ଜେଲ୍

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଏଡିଜେ କୋର୍ଟରେ ଶନିବାର ଗାଡ଼ି ଓଭରଟେକ୍‌କୁ କେନ୍ଦ୍ର କରି ଏକ ହତ୍ୟା ମାମଲାର ବିଚାରଣା ସହ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ପ୍ରବୀର କୁମାର ‌ଚୌଧୁରୀ ଆଜି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ

କୁକୁଡ଼ାଖଣ୍ଡି: ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ କୁମାରପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ରମେଶ ପ୍ରଧାନ। ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଅ ଦାମୋଦରକୁ ପୁଲିସ ଗିରଫ କରି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ନିର୍ବାଚନମଣ୍ଡଳୀ: ୩ ଦଶନ୍ଧିର ଅପରାଜେୟ ଗଡ଼ ସୁରକ୍ଷା ଚିନ୍ତା

ବିଶ୍ବମ୍ବର ଜେନା ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରେ ଭଞ୍ଜନଗର ତିନି ଦଶନ୍ଧି ଧରି ବିଜେଡିର ଅପରାଜେୟ ଗଡ଼ ଭାବେ ପରିଗଣିତ ହୋଇଛି। ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ପୂର୍ବତନ ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ୧୯୯୫ ମସିହାରୁ ଏଯାବତ୍ ଲଗାତାର ୬ ଥର…
ଅଧିକ ଖବର ଦେଖନ୍ତୁ...

ଗଛରୁ ପଡି ଗଛ କଟାଳିଙ୍କ ମୃତ୍ୟୁ

ବୁଗୁଡ଼ା: ସ୍ଥାନୀୟ ବଡଦାଣ୍ଡ ସାହିରେ ଏକ କଦମ୍ବ ଗଛରୁ ଖସି ପଡି ଜନୈକ ଗଛ କଟାଳିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବୁଗୁଡ଼ା ଓଡ଼ିଆ ସାହିର ଗୋବର୍ଦ୍ଧନ ପ୍ରଧାନ ଓରଫ ଗୋବରା (୫୫) । ପ୍ରକାଶ ଯେ , ବୁଗୁଡ଼ା ବଡ଼ଦାଣ୍ଡ ସାହି ରାସ୍ତା କଡରେ ଲାଗିଥିବା କଦମ୍ବ ଗଛ ଗୁଡିକରେ ପଲ ପଲ ବଗ ବାସ କରିବା…
ଅଧିକ ଖବର ଦେଖନ୍ତୁ...

ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ମିଶିବା ପ୍ରସଂଗ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସତ୍ୟପାଠ ଦାଖଲ

କଟକ: ଚିଲିକାରେ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ପ୍ରବେଶ କରିବା ପ୍ରସଂଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୨୩ ଜୁଲାଇ ୧୯ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ନୃଶଂସ ହତ୍ୟା: ବେଲ୍ଟରେ ସ୍ତ୍ରୀଙ୍କ ତଣ୍ଟି ଚିପିଲା ସ୍ବାମୀ, ମୃତଦେହକୁ ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲା

ସୋରଡ଼ା: ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ। ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟି ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀକୂଳକୁ ନେଇ ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି…
ଅଧିକ ଖବର ଦେଖନ୍ତୁ...

ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ପଥର ତଳେ ଚପି ୨ ମୃତ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଅଧୀନ ମହୁରୀକାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଶ୍ରମିକମାନେ କାମ କରୁଥିବା ବେଳେ ଏକ ବଡ଼ ପଥର ଗଡ଼ଡ଼ିଯିବାରୁ ତା’ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଦୁଇ ସମ୍ପର୍କୀୟ ଭାଇ ବୋଲି…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଲାଲ୍‌, ୮ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...