ଯାଜପୁର : ଆଜି ରାତି ପ୍ରାୟ ସାଢ଼େ ୧୦ଟା ପାଖାପାଖି ସମୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକରେ ଜଣେ ଗହଣା ଦୋକାନୀଙ୍କ ଉପରେ ଦୁର୍ବୃତ୍ତମାନେ ମାରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗହଣା ଦୋକାନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ଖବରରୁ ଜଣାପଡିଛି ଯେ, ଆଜି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଡୁବୁରୀ ଛକରେ ଥିବା ରଣା ଜୁଏଲାରୀ ମାଲିକ ହାତୀ ମହାରଣା ଦୋକାନ ବନ୍ଦ କରୁଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଗହଣା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ମହାରଣା ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ସୁନା ଦୋକାନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତମାନେ ସୁକିନ୍ଦା ଆଡ଼କୁ ପଳାଇ ଯାଇଥିବା ଜଣାପଡିଛି। ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।