ଗଜପତି: ଗଜପତି ଗଙ୍ଗବାଡ ପଞ୍ଚାୟତର ବାରଘରରେ ପଥର ଧସି ମୃତ୍ୟୁ ହୋଇଥିବା ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ନେଇ ଏସଆରସି ବିଷ୍ଣୁପଦ ସେଠୀ ଏନେଇ ସୂଚନା ଦେଇଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ୭୫ଟି ପରିବାର ବାସ କରୁଥିଲେ । ବାତ୍ୟା ପୂର୍ବଦିନ ସରକାରୀ ଅଧିକାରୀ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ। ୬୮ ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ୭ଟି ପରିବାର ସ୍ଥାନାନ୍ତର ହେବାକୁ ରାଜି ନଥିଲେ । ସେହି ୭ ପରିବାରର ସଦସ୍ୟଙ୍କ ହିଁ ମୃତ୍ୟୁ ହୋଇଛି । ସେହି ୭ ପରିବାରକୁ କ୍ଷତିପୂରଣ ମିଳିବା ନେଇ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଏଯାଏ ୧୬ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ମିଳିଛି । ଏବେ ବି ୩ ଜଣ ନିଖୋଜ ଅଛନ୍ତି କିନ୍ତୁ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇପାରୁନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପକ୍ଷୋ କରାଯାଇଛି । ନିଖୋଜଙ୍କୁ ଖୋଜିବା ପାଇଁ ପ୍ରଶାସନର ଉଦ୍ୟମ ଜାରି ରଖିଛି। ବର୍ଷା ବିତ୍ପତିରୁ ରକ୍ଷା ପାଇବା ପାଇଁ ମହେନ୍ଦ୍ରଗିରି ପାହାଡ଼ ପାଦ ଦେଶରେ ରହୁଥିବା ୫ ପରିବାରର ପ୍ରାୟ ୧୬ ଜଣ ଲୋକ ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ହେଲେ ହଠାତ ପାହାଡ଼ ଧସିବା ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଲୋକଙ୍କ ଉପରେ ପାହାଡ଼ ଓଜାଡି ହୋଇ ପଡ଼ିଥିଲା। ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣଙ୍କ ପତା ମିଳୁନାହିଁ । ବର୍ଷା ପାଣିର ସୁଅ ଏତେ ପ୍ରଖର ଥିଲା ଯେ ବିଛାଡି ହୋଇ ପଡିଥିଲା ମୃତଦେହ ।