ପୁଲିସର ବଡ଼ ସଫଳତା : ଥିଲାକୋଠା ଗାଁ ମୁଖିଆଙ୍କୁ ହତ୍ୟା ଉଦ୍ୟମ କରିଥିବା ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମା ଅନ୍ତର୍ଗତ ପଡ଼ିଆ ବ୍ଲକ୍‌ର ଥିଲାକୋଠା ଗ୍ରାମର ମୁଖିଆଙ୍କୁ କିଛିଦିନ ତଳେ ଗୁଳି କରିଥିବା ନକ୍ସଲକୁ ପୁଲିସ ସୋମବାର ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଜଗମୋହନ ମିନା ଆଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ପଡ଼ିଆ ବ୍ଲକ୍‌ର ଥିଲାକୋଠା ଗ୍ରାମର ମୁଖିଆ ମାଙ୍ଗୁଡୁ ଓ୍ଵାନ୍‌ଞ୍ଜାମିଙ୍କୁ ନକ୍ସଲମାନେ ହଠାତ ଗୁଳି କରିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ସେଠାରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ନକ୍ସଲ ଗୁଳିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ମୁଖିଆ ଏବଂ ଗୁରୁତର ଅବସ୍ଥାରେ ମାଲକାନଗିରି ହସ୍‌ପିଟାଲରେ ଚିକିତ୍ସା ପାଇଁ ପରିବାର ଲୋକ ଭର୍ତ୍ତି କରିଥିଲେ। କିଛିଦିନ ହସ୍‌ପିଟାଲରେ ଚିକିତ୍ସିତ ହେବା ପରେ ମୁଖିଆ ମାଙ୍ଗୁଡୁ ଓ୍ଵାନ୍‌ଞ୍ଜାମ ସୁସ୍ଥ ହୋଇଯାଇଥିଲେ ।ତେବେ ଗିରଫ ନକ୍ସଲ ଟିଆଇ ପ୍ୟାରେଡର ଥିବା ହେତୁ ତାର ନାମକୁ ଏଯାବତ୍‌ ଗୋପନ ରଖାଯିବା ସହିତ ମୁହଁକୁ ବି କଳା ରଙ୍ଗର କପଡ଼ାରେ ଲୁଚାଇ ଦିଆଯାଇଛି। ତେବେ ପୁଲିସର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର