ସୁନ୍ଦରଗଡ଼: ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ସ୍ୱାମୀଙ୍କୁ ହତ୍ୟା

ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁଲବା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପତ୍ନୀଙ୍କୁ ନିଜର ସମ୍ପର୍କୀୟ ଭାଇ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ବିରୋଧ କରିବାରୁ ସମ୍ପର୍କୀୟ ଭାଇର ଠେଙ୍ଗା ପ୍ରହାରରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଲବା ଗାଁର ସହଦେବ ମହାନନ୍ଦିଆ(୬୦ବର୍ଷ) ସୀତା ବିଶ୍ୱାଳ(୫୨ ବର୍ଷ)ଙ୍କୁ ପ୍ରେମ ବିବାହ କରିଥିଲେ।ତେବେ ସେହି ଗ୍ରାମର ସହଦେବଙ୍କ ସମ୍ପର୍କୀୟ ଭାଇ ତ୍ରିବାସୀ ମହାନନ୍ଦିଆ (୪୫ ବର୍ଷ) ସୀତାଙ୍କ ପ୍ରତି ଖରାପ ଉଦ୍ଦେଶ୍ୟ ରଖି ଆଜି ସକାଳେ ଟଣାଓଟରା କରିଥିଲେ। ମାତ୍ର ସୀତା ତି୍ରବାସୀଙ୍କଉ ଏ ନେଇ ବାରଣ କରିବା ସହିତ ସେଠାରୁ କୌଣସି ମତେ ମୁକୁଳି ଆସି ଏ କଥା ସ୍ୱାମୀ ସହଦେବଙ୍କୁ କହିଥିେଲେ। ସହଦେବ ଆସି ଘଟଣା ସମ୍ପର୍କରେ ତ୍ରିବାସୀଙ୍କୁ ପଚାରିବାରୁ ସେ ଏକ ଠେଙ୍ଗା ନେଇ ସହଦେବ ଓ ତାଙ୍କ ପତ୍ନୀ ସୀତାଙ୍କୁ ପିଟିଥିଲେ। ଠେଙ୍ଗାମାଡ଼ରେ ସହଦେବ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଖବର ପାଇ ଗ୍ରାମବାସୀ ସହଦେବଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେତେବେଳକୁ ସହଦେବଙ୍କର ମୃତ୍ୟୁ ଘଟି ସାରିଥଲା। ଅପରପକ୍ଷେ ଏହି ହତ୍ୟାକାଣ୍ଡ ଘଟାଇ ତ୍ରିବାସୀ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର