ଭଦ୍ରକ: ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ବୁଧବାର ଏକ ଯୌତୁକ ଜନିତ ବଧୂ ହତ୍ୟା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ ଶ୍ରୀ ଅନୁପ କୁମାର ଚନ୍ଦନ ଅଭିଯୁକ୍ତ ସ୍ୱାମୀ, ଦେଢ଼ଶୁର, ଯାହା ଓ ଶାଶୁଙ୍କୁ ୩୦୪(ଖ) ଦଫାରେ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ଟଙ୍କା ଅଦାଦେୟ ହେଲେ ଆହୁରି ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ନିର୍ଦ୍ଦେଷ ମୁତାବକ ଅଭିଯୁକ୍ତମାନେ ମୋଟ ୭ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ନାୟକାଣିଡିହି ସାନକୃଷ୍ଣପୁର ଭଞ୍ଜସାହିର ଶୁକଦେବ ନାୟକଙ୍କ ୪ର୍ଥ ପୁତ୍ର କମଳାକାନ୍ତ ସହ ସେହି ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଶ୍ରୀରତ୍ନାକର ନାୟକଙ୍କ କନ୍ୟା ସାବିତ୍ରୀଙ୍କ ବିବାହ ୨୦୧୨ ମସିହା ଆଶଢ଼ ମାସରେ ହୋଇଥିଲା। ବିବାହ ସମୟରେ କନ୍ୟାଘର ଲୋକଙ୍କୁ ନଗଦ ୧ଲକ୍ଷ ଟଙ୍କା ସମେତ ସମସ୍ତ ଅଳଙ୍କାର ଯୌତୁକ ବାବଦରେ ଦାବି କରାଯାଇଥିଲା। ବିବାହର ମାତ୍ର ୧୫ଦିନ ପରେ ପୁଣି ୫୦ହଜାର ଟଙ୍କା ସାବିତ୍ରୀ ଶାଶୁଘର ଲୋକ ଯୌତୁକ ବାବଦରେ ଦାବି କରି ବରଘର ପକ୍ଷରୁ ସାବିତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଦେଇ ଆସୁଥିଲେ। ଉକ୍ତ ଯୌତୁକ ଟଙ୍କା ନମିଳିବାରୁ ୯.୧୦.୨୦୧୭ ମସିହାରେ ସାବିତ୍ରୀଙ୍କୁ ଶାଶୁଘରଲୋକ ମାରି ଦେଇଥିବାର ଅଭିଯୋଗ କରି ତାଙ୍କର ଭାଇ ଲକ୍ଷ୍ମୀକାନ୍ତ ନାୟକ ନାୟକାଣୀ ଡିହି ଥାନରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର