ଉପଜିଲ୍ଲାପାଳଙ୍କ କୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଆପିଲ କଲେ ଶ୍ରୀମନ୍ଦିର ସେବାୟତ

ପୁରୀ:  ଓଡ଼ିଶା ହାଇକୋର୍ଟ  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ  ନିର୍ଦ୍ଦେଶ ଦେବା ପରେ  ଏହାକୁ  ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିିଛି। ଏହାର ପ୍ରତିବାଦରେ ପୁରୀ ଉପଜିଲ୍ଲାପାଳଙ୍କ କୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଶ୍ରୀମନ୍ଦିର ସେବାୟତ ନରସିଂହ ପୂଜାପଣ୍ଡା ଆପିଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ ୬ ଶହ ବର୍ଷ ପରେ ଖୋଲିବାକୁ ଯାଉଛି । ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ ଓ ୨୭ତାରିଖ, ଦୁଇ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବ । ଏହି କାମ କରିବା ପାଇଁ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜଗମୋହନ ମରାମତି ସରିବା ପରେ ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ ଏହି ନିର୍ଦ୍ଦେଶ ଆସିଛି । ପୂର୍ବରୁ ୧୪ଶହ ଶତାବ୍ଦୀରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ମହଣ ମହଣ ସୁନା ଓ ରୂପାରେ ରତ୍ନଭଣ୍ଡାର ଭର୍ତ୍ତି ହୋଇରହିଛି, ଯାହାକୁ ୪ ଟି ଭଣ୍ଡାର ଘରେ ରଖାଯାଇଛି ବୋଲି କୁହାଯାଉଥିବା ବେଳେ ଏହି ରହସ୍ୟରୁ ପରଦା ହଟିବାକୁ ଯାଉଛି । ସବ୍‌ କମିଟି ଓ କୋର୍‌ କମିଟି ଉପସ୍ଥିତିରେ ଭଣ୍ଡାରର ଦ୍ୱାର ଖୋଲାଯିବ ।

ସମ୍ବନ୍ଧିତ ଖବର