ସ୍ପେଶାଲ ବ୍ରାଞ୍ଚ କହି ଘରେ ଧସେଇ ପଶିଲେ : ପିଟିଲେ, ବନ୍ଧୁକ ଦେଖାଇ ଲୁଟିଲେ

ପୁରୀ : ସ୍ପେଶାଲ୍‌ ଫୋର୍ସ କହି ଘରେ ପଶିଲେ, ଆପତ୍ତି କରିବାରୁ ପିଟିଲେ। ବନ୍ଧୁକ ମୁନରେ ଏନ୍‌କାଉଣ୍ଟର ଭୟ ଦେଖାଇ କାର ସମେତ ଲକ୍ଷାଧିକ ଟଙ୍କା, ଅନ୍ୟାନ୍ୟ ସାମଗ୍ରୀ ତଥା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟି ନେଲେ। ପୁରୀ ସଦର ଥାନା ଅନ୍ତର୍ଗତ ସ୍ବାନ୍‌ ରିଗଲ୍‌ ଆପାର୍ଟମେଣ୍ଟରେ ଘଟିଥିବା ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ବାଟମଙ୍ଗଳା ନିକଟରେ ଥିବା ସ୍ବାନ୍‌ ରିଗଲ୍‌ ଆପାର୍ଟମେଣ୍ଟ ‘ଏ’ ବ୍ଲକର ଫ୍ଲାଟ୍‌ ନଂବର ୨୧୪ରେ ରହୁଛନ୍ତି ଚନ୍ଦ୍ରଶେଖର ବୋଷ। ସେଠାରେ ରହି ସେ ବ୍ୟବସାୟ କରନ୍ତି। ରବିବାର ବିଳମ୍ବିତ ରାତ୍ରି ପ୍ରାୟ ସାଢେ ଗୋଟାଏ ସମୟରେ ହଠାତ୍‌ ୮/୯ ଜଣ ଯୁବକ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ୬ ଜଣ ତଳେ ରହିଥିବା ବେଳେ ୩ ଜଣ ଘର କବାଟ ବାଡ଼େଇଲେ। ଚନ୍ଦ୍ରଶେଖର କବାଟ ଖୋଲିବାରୁ ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍‌ ବ୍ରାଞ୍ଚରୁ ଆସିଛୁ କହି ଘର ଭିତରକୁ ଧସେଇ ପଶିଗଲେ।

ଘର ଯାଞ୍ଚ ହେବ କହି ସେମାନେ ଚାରିଆଡ଼େ ଜିନିଷ ଫିଙ୍ଗାଫୋପଡ଼ା କରିଥିଲେ। ତେବେ ଜଣେ ଘର ଆଲମିରା ଚାବି ମାଗିବାରୁ ଚନ୍ଦ୍ରଶେଖର ଏସ୍‌ପିଙ୍କ ନିର୍ଦ୍ଦେଶ ଦେଖାଇବାକୁ କହିଥିଲେ। ଏତିକି ବେଳେ ଜଣେ ଯୁବକ ବନ୍ଧୁକ ଦେଖାଇ ଧମ୍‌କାଇଥିଲେ। କହିଥିଲେ, ବେଶୀ ବକ୍‌ ବକ୍ ହେଲେ ଏନକାଉଣ୍ଟର କରିଦେବୁ। ବନ୍ଧୁକ ଦେଖି ଚନ୍ଦ୍ରଶେଖର ଓ ତାଙ୍କ ସହଯୋଗୀ ନିରବ ରହିବାରୁ ଦୁର୍ବୃତ୍ତମାନେ ଆଲମାରି ଖୋଲି ନଗର ୧ ଲକ୍ଷ ୬୫ ହଜାର ଟଙ୍କା, ବ୍ୟାଙ୍କ ଏବଂ ସମସ୍ତ ଜରୁରୀ କାଗଜପତ୍ର ସହିତ ସେଭ୍ରୋଟେଲ କାପ୍‌ଟିଭ୍‌ କାର ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର