ଡକାୟତି ମାମଲାରେ ଜଣେ ଗିରଫ, ସାମଗ୍ରୀ ଜବତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ଖଣି ସ୍ଥିତ ମୈତ୍ରୀ କଂପାନି କାର୍ଯ୍ୟାଳୟରୁ ଡକାୟତି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗତ କିଛି ଦିନ ମଧ୍ୟରେ କଂପାନିର କାର୍ଯ୍ୟାଳୟରୁ ଦୁଇ ଥର ଯୋଜନାବଦ୍ଧ ଭାବେ ଡକାୟତି ହୋଇଥିଲା। ଡକାୟତ ଦଳ କାର୍ଯ୍ୟାଳୟ ଭିତରୁ କଂପ୍ୟୁଟର, ପ୍ରିଣ୍ଟର ସହ ଅନ୍ୟ ସାମଗ୍ରୀ ନେଇ ଯାଇଥିଲେ। ଏନେଇ କଂପାନି ପକ୍ଷରୁ ଲକ୍ଷ୍ମୀପୁର ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ଶେଷରେ ସୂଚନା ପାଇ ଆଜି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉପରକୋଡିଙ୍ଗା ଗାଁର କେଦାର କନ୍ଦପାନକୁ ରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଠାରୁ ଚୋରି ହୋଇଥିବା କଂପ୍ୟୁଟର, ଗୋଟିଏ ଜେରକ୍ସ କମ୍‌ ପ୍ରିଣ୍ଟର ମେସିନ, ୨୦ ପିସ୍‌ ଲାଇଟ୍‌, ୧୬ ମିଟର ଏମ୍‌ଏସ୍‌ ପାଇପ୍‌ ଜବତ କରାଯାଇଥିବା ଆଇଆଇସି ଦେବ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି। ଡକାୟତିରେ ସଂପୃକ୍ତ ଅନ୍ୟମାନଙ୍କ ସନ୍ଧାାନ ଚାଲିଥିବା ନେଇ ତଦନ୍ତକାରୀ ଅଧିକାରୀ ହେମନ୍ତ କୁମାର ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର