୧୭ କୋଟିର ଗଞ୍ଜେଇ ଗଛ ପୋଡ଼ିଲେ

ରାୟଗଡା: ଗଂଜେଇ ଚାଷ ମୂଳପୋଛ ଅଭିଯାନରେ ପୁଣି ବଡ ଧରଣର ସଫଳତା ମିଳିଛି ଜିଲ୍ଲା ପୁଲିସ୍ ଓ ଅବକାରୀ ବିଭାଗକୁ। ଗତ ୪ ଦିନ ଧରି ଜିଲ୍ଲାର ପୁଟାସିଂ, ଚନ୍ଦ୍ରପୁର ଥାନା ଓ କେନ୍ଦୁଗୁଡା ଆଉଟ୍ ପୋଷ୍ଟ୍ ଅଂଚଳରେ ୮୦ ଏକର ଜମିରେ ଚାଷ ହୋଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୭ କୋଟି ୫୦ ଲକ୍ଷ ହେବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି। ଗତ ତିନି ଦିନରେ ୫୯ ଏକରରେ ଚାଷ ନଷ୍ଟ ହୋଇଥିବା ବେଳେ ଆଜି ୨୧ ଏକର ଜମିରେ ଗଂଜେଇ ଚାଷକୁ ନଷ୍ଟ କରାଯାଇଛି। ଗୁଣପୁର ପୁଲିସ୍ ଏସଡିପିଓ ଅଶ୍ବିନୀ ନାୟକ, ମୁନିଗୁଡା ଏସଡିପିଓ ଚନ୍ଦ୍ର ଶେଖର ହୋତା, ଗୁଣପୁର ଅବକାରୀ ଇନସପେକ୍ଟର୍ ଲଳିତ ମୋହନ ମିଶ୍ର, ଗୁଡାରୀ ଏସଆଇ ସରୋଜ ପରିଡା, ରାୟଗଡା ମୋବାଇଲ ୟୁନିଟ୍ ଏସଆଇ ଉତ୍ତମ କୁମାର ବେହେରା ଚଢ଼ଉରେ ସାମିଲ୍ ଥିଲେ।

ସମ୍ବନ୍ଧିତ ଖବର