ଦୁର୍ଘଟଣାରେ ଯୁବକ ଗୁରୁତର

ମାଥାଲପୁଟ: ଦାମନଯୋଡି ଥାନା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ମାଥାଲପୁଟ ମେଡିକାଲ କଲୋନିର ପୂର୍ବ କିର୍ସାନୀଙ୍କ ପୁଅ ଋତୁ କିର୍ସାନୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟାରେ ନାଲ୍‌କୋ ସିଆଇଏସଏଫ ବାରାକରେ ରହୁଥିବା ତଥା ବ୍ରେଡ୍‌ ବ୍ୟବସାୟୀ ଶକ୍ତି କୁମାର ନିଜ ଓମିନି ଯୋଗେ ଭେଜାପୁଟରୁ ସିଆଇଏସଏଫ କଲୋନି ଫେରୁଥିଲେ। ତେବେ ଦାମନଯୋଡି ଥାନା ନିକଟରେ ଏକ ବାଇକ୍‌ ଏହି ଓମିନି ପଛରେ ପିଟି ହୋଇଥିଲା। ଫଳରେ ବାଇକ୍‌ ଚାଳକ ଋତୁ କିର୍ସାନୀଙ୍କ ହାତ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର