କରୋନା ଉଜାଡିଲା ବେଉସା: ପଂଜୀକରଣ ହୋଇ ନଥିବାରୁ ଉଠାଦୋକାନୀ ସାହାଯ୍ୟରୁ ବଞ୍ଚିତ

କନ୍ଧମାଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୩୦ ଜଣ ଗୁପଚୁପ ବିକାଳି

ଫୁଲବାଣୀ: କରୋନା ପାଇଁ ଦାନାପାଣି ବନ୍ଦ ହେଲା। ଉଜୁଡିଲା ବେଉଷା। ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାର ଆର୍ଥିକ ସାହାଯ୍ୟ କରିଛନ୍ତି। ହେଲେ ନାମ କନ୍ଧମାଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୩୦ ଜଣ ଗୁପଚୁପ ବିକାଳି କରି ନ ଥିବାରୁ ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବିହାରରୁ ବହୁ ବର୍ଷ ହେଲା କନ୍ଧମାଳ ଆସି ଗୁପଚୁପ ବିକି ପରିବାର ପୋଷଣ କରୁଥିବା ୩୦ରୁ ଉର୍ଦ୍ଧ୍ବ ବିକାଳି। ଏହାକୁ ନେଇ ଗୁପଚୁପ ବିକାଳିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ସମୟରେ ସେମାନଙ୍କ ପରିବାର ଚଳିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀ,ବାଲିଗୁଡା ଓ ଜି.ଉଦୟଗିରିଅଞ୍ଚଳରେ ୩୦ରୁ ଉର୍ଦ୍ଧ୍ବ ଗୁପଚୁପ ବିକାଳି ଅଛନ୍ତି। ସମସ୍ତଙ୍କ ଘର ବିହାର ରାଜ୍ୟର ସମସ୍ତି ଜିଲ୍ଲାର। କିଏ ୮ ତ ଆଉ ୧୦ ବର୍ଷ ହେଲା ଏମାନେ ଆସି ଏଠାରେ ଗୁପଚୁପ ବିକ୍ରି କରି ପରିବାର ଚଳାଉଛନ୍ତି। ଦିନକୁ ୫ଶହରୁ ୭ ଟଙ୍କା ବିକ୍ରିବଟା ହୁଏ। ଏଥିରୁ ଯାହା ଲାଭ ହୁଏ ସେଥିରେ ପରିବାର ଚଳିଥାଏ। ସେଥିରେ ପୁଣି ଘରଭଡା ଓ ପିଲାଙ୍କ ପାଠପଢା ଖର୍ଚ୍ଚ ରହିଛି। ଗୁପଚୁପ ବିକ୍ରି କରି ଦିପଇସା ରୋଜଗାର କରୁଥିବା ବିକାଳିଙ୍କ ବେଉଷାକୁ ଉଜାଡି ଦେଲା କରୋନା। ଜନତା କର୍ଫ୍ୟୁ ଦିନଠାରୁ କାରବାର ଏକରକମ ବନ୍ଦ। ଧାରକରଜ କରି କିଏ ଚଳୁଛି ତ ଆଉ କିଏ ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହିବାକୁ ପଡୁଛି।

ଏହି ସମୟରେ ରାଜ୍ୟ ସରକାର ଉଠାଦୋକାନୀଙ୍କ ପାଇଁ ୩ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଗୁପଚୁପ ବିକାଳି ବହୁତ ଖୁସି ହୋଇ ପଡିଥିଲେ। ପୌର ପରିଷଦ କିମ୍ବା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ ସେମାନଙ୍କ ନାମ ପଂଜିକରଣ ହୋଇ ପାରି ନଥିବାରୁ ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀ ପୌରପରିଷଦରେ ପଂଜିକୃତ ୩୬୧ ଜଣ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସରକାରୀ ସାହାଯ୍ୟ ଦିଆଯାଇଛି।

ସେହିଭଳି ବାଲିଗୁଡା ଓ ଜି.ଉଦୟଗିରି ବିଜ୍ଞାପିତ ପରିଷଦରେ ଅଳ୍ପ କିଛି ପଂଜିକୃତ ଉଠାଦୋକାନୀଙ୍କୁ ସରକାରୀ ସାହାଯ୍ୟ ମିଳିଛି। ହେଲେ ଏହି ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି ସବୁ ଗୁପଚୁପ ବିକାଳି। ଏମିତି ଜଣେ ଗୁପଚୁପ ବିକାଳି ହେଉଛନ୍ତି ସୁନିଲ ସାହାଣୀ। ୧୦ ଦିନ ହେଲା ଗୁପଚୁପ ବିକ୍ରି ବନ୍ଦ ଯୋଗୁଁ ସେ ଧାରକରଜ କରି ପରିବାର ଚଳାଉଥିବା କଥା କହିଛନ୍ତି। ତାଙ୍କ ଭଳି ସବୁ ଗୁପଚୁପ ବିକାଶ ବଡ ଦୁଃଖକଷ୍ଟରେ ଦିନ କାଟୁଥିବା ଏବଂ ସମସ୍ତଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ପ୍ରତିଦିନ ସେମାନଙ୍କଠାରୁ ମାହାସୁଲ ବାବଦକୁ ଟଙ୍କା ନିଆଯାଉଛି। ହେଲେ ନାମ ପଂଜିକରଣ କରିବାକୁ କେହି ସେମାନଙ୍କୁ କହି ନାହାନ୍ତି ବୋଲି ଗୁପଚୁପ ବିକାଳି କହିଛନ୍ତି। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ଗୁପଚୁପ ବିକାଳିଙ୍କ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର