ମାଲକାନଗିରିର ଅନାଥ ଶିଶୁକୁ ପୋଷ୍ୟ ପୁତ୍ର ଭାବେ ଆପଣାଇ ସ୍ପେନ୍‌ ନେଲେ ବିଦେଶୀ ଦମ୍ପତି

0 178

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ୬ ବର୍ଷର ଆଦିବାସୀ ଶିଶୁଙ୍କୁ ଆପଣେଇ ନିସ୍ତାନ ଦମ୍ପତି ସ୍ପେନ ନେଇଛନ୍ତି। ସ୍ପେନ୍‌-ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ପୁତ୍ର ଭାବେ ଗ୍ରହଣ କରିଛନ୍ତି । ଦୁଇ ଦେଶର ସମସ୍ତ ନୀତି ନିୟମକୁ ପାଳନ କରି କୋରାପୁଟର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁ ପୁତ୍ରକୁ ଗ୍ରହଣ କରିବା ପୂର୍ବରୁ ଶୁଶୁଟିର ପୈତୃକ ଗାଁ ମାଲକାନଗିରି ଦରିଗୁଡା ବୁଲି ଦେଖିଥିଲେ ବିଦେଶୀ ଦମ୍ପତି ।

ସୂଚନାଯୋଗ୍ୟ, ମାଲକାନଗିରି ଦରିଗୁଡା ଗାଁର ୬ ବର୍ଷୀୟ ଅନାଥ ଶିଶୁ ନୟନ ମାଡକାମୀ ୪ ବର୍ଷ ବୟସରୁ ଜନ୍ମିତ ବାପା ମାଆଙ୍କୁ ହରାଇଥିଲା। ନୟନ ମାଡକାମୀ ସମ୍ପର୍କରେ ଚାଇଲ୍‌ଡ ଆଡପଶନ ରିସୋର୍ସ ଅଥରିଟି – କାରା ୱେବସାଇଟରୁ ସୂଚନା ପାଇଥିଲେ ବାର୍ସୀଲୋନାର ଇଭାନ ହେରନାଣ୍ଡୋ ଓ ତାଙ୍କ ସ୍ତ୍ରୀ ସୁସାନା ନାଭାରେଟ୍‌ । ପୂର୍ବରୁ ଭାରତ ଭ୍ରମଣରେ ଆସିଥିବା ଏହି ଦମ୍ପତି ଭାରତକୁ ଭଲ ପାଉଥିଲେ । ତେଣୁ ନୟନକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବା ପାଇଁ ମନ ବଳେଇଥିଲେ । କାରା ୱେବସାଇଟରୁ ସବୁ ତଥ୍ୟ ପାଇବା ପରେ ସ୍ପେନ ଓ ଭାରତର ସବୁ ନୀତି ନିୟମକୁ ପାଳନ କରି ନୟନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସ୍ପେନ ଫେରିଛନ୍ତି ଇଭାନା ଓ ସୁସାନା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.