ସୁବର୍ଣ୍ଣପୁର: ବିନିକାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ତହସିଲ ଅନ୍ତଗର୍ତ ସଂଘିଯୁବା ଗ୍ରାମର ଭୁତୁଲୁ କର୍ଣ (୫୯ବର୍ଷ) ନାମକ ଜଣେ ଜନୈକ ଚାଷୀ ଚଳିତ ଖରିଫ ଧାନ ଫସଳରେ ଚକଡା ପ୍ରାର୍ଦୂଭାବ ଏବଂ ଅର୍ଥ ଲଗାଣକାରୀ ସଂସ୍ଥାର ଋୁଣବୋଝ ସହି ନ ପାରି ଶୁକ୍ରବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖରିଫ ଫସଲରେ ଚକଡା ପୋଲ ଲାଗିବା କାରଣରୁ ନିଜ ବିଳ ନିକଟସ୍ଥ ହରିଡା ଗଛରେ ପ୍ଲାଷ୍ଟିକ ଦଉଡି ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପଦ୍ମାବତୀ କର୍ଣ (୫୨) ଅଭିଯୋଗ କରିଛନ୍ତି । ପଦ୍ମାବତୀ କହିଛନ୍ତି ଯେ, ପ୍ରତିଦିନ ଭଳି ଶୁକ୍ରବାର ସକାଳ ୭ଟାରେ ଭୁତୁଲୁ ନିଜ ଧାନ ବଲକୁ ଧାନ କାଟିବା ଉଦ୍ଦେଶ୍ୟରେ ଯାଇଥିଲେ । ମାତ୍ର ସେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରକୁ ଫେରିନଥିବା କାରଣରୁ ତାଙ୍କ ସ୍ତ୍ରୀ ପଦ୍ମାବତୀ ଚିନ୍ତିତ ହୋଇ ବଡପୁଅ ପ୍ରହଲ୍ଲାଦ(୧୮)କୁ ଜମିକୁ ପଠାଇଥିଲେ । ସେଠାରେ ସେ ଧାନ କାଟିବା ଲାଗି ଜମିକୁ ଯାଇ ନିକଟସ୍ଥ ହରିଡା ଗଛ ଡାଳରେ ବେକରେ ଦଉଡି ଦେଇ ବାପା ଝୁଲୁଥିବା ଦେଖି ବାକୁ ପାଇଥିଲେ ।

ପରେ ଭୁତୁଲୁର ମୃତଦେହକୁ ଉଦ୍ଧାର କରାଯାଇ ସେଠାରେ ଶୁକ୍ରବାର ରାତି ପୋଡ଼ି ଦିଆଯାଇଥିଲା। ମୃତକଙ୍କ ପୁତୁରା ଦିଲ୍ଳିପ କର୍ଣ୍ଣ ମୁଖାଗ୍ନି ଦେଇଥିଲେ । ତେବେ ମୃତ ଭୁତୁଳୁଙ୍କ ଆତ୍ମହତ୍ୟା ପଛରେ ଚକଡା ରୋଗ ଓ ଅର୍ଥ ଲଗାଣକାରୀ ସଂସ୍ଥା ‘ଏଲ୍‌ଏଣ୍ଡଟି’ରୁ ଋଣ ମୁଖ୍ୟ କାରଣ ବୋଲି ପଦ୍ମାବତୀ କହିଛନ୍ତି। ଭୁତୁଲୁ ୨ବର୍ଷ ପୁର୍ବେ ଝିଅ ବାହାଘର ପାଇଁ ଧାର କରିଥିବା ରୁଣ ବାବଦରେ ପ୍ରାୟ ୨ ଲକ୍ଷ ଟଙ୍କା ପରିଶୋଧ କରି ନଥିବାରୁ ଚିନ୍ତାରେ ଥିଲେ।

ଚାଷୀ ଆତ୍ମହତ୍ୟା ସଂପର୍କରେ ସୂଚନା ପାଇ ଶୁକ୍ରବାର ଅପରାହ୍ନ ୫ଟାରେ ବିନିକା ତହସିଳଦାର ଅଲେଖ ଘୁଟା, ବିନିକା ଅତିରିକ୍ତ ତହସିଲଦାର ରାକେଶ ଅଗ୍ରୱାଲ, ବିନିକା କୃଷୀ ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, ଭିଏଲଡବ୍ଲ୍ୟୁ ହେମନ୍ତ ଭୂଏ, ସିଂଘିଯୁବା ଆର୍‌.ଆଇ ନୀଳମଣୀ କୂଅଁର, ଅମିନ ମୋହନ ଝାଙ୍କର ବିନିକା ଥାନା ଏସ୍‌ଆଇ ଶଙ୍କର କୁମ୍ଭାର ପ୍ରମୁଖ ମୃତକଙ୍କ ପରିବାରକୁ ଭେଟିଛନ୍ତି। ସେମାନେ ଆତ୍ମହତ୍ୟା କାରଣ ସଂପର୍କରେ ପଚରାଉଚୁରା କରି ଫେରିଛନ୍ତି।

ସମ୍ବନ୍ଧିତ ଖବର