ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବିଡ଼ମ୍ବନା

ଏଭଳି ସ୍ଥଳେ ପରିଶେଷରେ ଯାହା ଏକ ବିସ୍ମୟ ସୃଷ୍ଟିକାରୀ ଅସମାହିତ ପ୍ରଶ୍ନ ହୋଇ ରହିଯାଏ, ତାହା ହେଲା ପାନ୍‌ଧେର ବା ସୁରେନ୍ଦ୍ର କୋଲି ଅପରାଧୀ ନୁହନ୍ତି ତ ପ୍ରକୃତ ଅପରାଧୀ କିଏ? ଏବଂ ଏଭଳି ପରିସ୍ଥିତିରେ ବିଡ଼ମ୍ବିତ ବାସ୍ତବତା ହେଲା ୧୭ ବର୍ଷ ପ୍ରତୀକ୍ଷା କରି ମଧ୍ୟ ପୀଡ଼ିତାମାନଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ଟିଭି ଚ୍ୟାନେଲ୍‌ରେ ‘ଘୃଣା ପ୍ରଚାର’

ଯେତେବେଳେ ବିରୋଧୀ ମେଣ୍ଟ ଇନ୍‌ଡିଆ ଗଠବନ୍ଧନ ପକ୍ଷରୁ ଚଉଦ ଜଣ ଟିଭି ଆଙ୍କରଙ୍କ ନାମ ନେଇ ଘୋଷଣା କଲେ ଯେ ସେମାନେ ଆଉ ସେମାନଙ୍କ ଦ୍ବାରା ପଚିଚାଳିତ ବିତର୍କକୁ ନିଜର ପ୍ରତିନିଧି ପଠାଇବେ ନାହିଁ, ସେତେବେଳେ ବୋଧହୁଏ ସେମାନଙ୍କର ଅନୁମାନ ଥିଲା କି, ଆଙ୍କରମାନଙ୍କୁ ଏପରି ବାସନ୍ଦ ଦ୍ବାରା ସେମାନେ…
ଅଧିକ ଖବର ଦେଖନ୍ତୁ...

ରାଜପୁତ୍ର ଓ ଗୁରୁ

ରାଜପୁଅ ଥିଲେ ବଦ୍‌ ମିଜାଜୀ। ଅନ୍ୟମାନଙ୍କ ପ୍ରତି ତାଙ୍କ ବ୍ୟବହାର ଆଦୌ ଭଲ ନ ଥିଲା। ରାଜା ବ୍ୟଥିତ ହୋଇ ଏ ବିଷୟରେ ତାଙ୍କ ଗୁରୁଙ୍କୁ ଜଣାଇଲେ। ରାଜପୁତ୍ରଙ୍କୁ ଏ ବାବଦରେ ବୁଝାଇବା ଲାଗି ଗୁରୁ ଦିନେ କହିଲେ- କୁମାର, ଆସ ଆଜି ମୋ’ ସହିତ ସହର ଭ୍ରମଣରେ ଯିବ। କିନ୍ତୁ ଲୋକେ ତୁମକୁ…
ଅଧିକ ଖବର ଦେଖନ୍ତୁ...

ସଦ୍‌ଗତି?

ଗଲା ଗୁରୁବାର ଦିନ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ କ୍ଷୁଦ୍ର କଳେବରଧାରୀ ସମ୍ବାଦ ହୁଏ’ତ ଅନେକଙ୍କ ଦୃଷ୍ଟିପଥାରୂଢ଼ ହୋଇ ନ ଥିବ; କିନ୍ତୁ ତାହା ବେଶ୍‌ ବିଚଳିତ କଲା ଭଳି। ସେହି ସମ୍ବାଦଟି ଥିଲା ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍‌ ଅଧୀନସ୍ଥ ମାଲିମୁଣ୍ଡା ଗ୍ରାମର ଏକ ହତଭାଗ୍ୟ ପରିବାରକୁ…
ଅଧିକ ଖବର ଦେଖନ୍ତୁ...

ଅବିସ୍ମରଣୀୟ ଶରତ

ଜଣେ ସଫଳ ପୁଲିସ ଅଧିକାରୀ, ବିଦ୍ବାନ ଓ ବହୁପାଠୀ, ସୁଲେଖକ ଏବଂ ବନ୍ଧୁବତ୍ସଳ ପୂର୍ବତନ ପୁଲିସ ଡି.ଜି. ଶରତ ଚନ୍ଦ୍ର ମିଶ୍ର ଥିଲେ ଜଣେ ବହୁ ଆୟାମୀ ବ୍ୟକ୍ତିତ୍ବ। ଦୈନିକ ‘ସମ୍ବାଦ’ର ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ମଧ୍ୟ ଅନେକ ପାଠକୀୟ ଆଦୃତି ଲାଭ କରିଥିଲେ। ଏହି ଦିବଂଗତ ଆତ୍ମା ପ୍ରତି…
ଅଧିକ ଖବର ଦେଖନ୍ତୁ...

କମ୍‌ ଦଣ୍ଡ ପାଇଲୁ କି?

କୌଣସି ଏକ ଗୁରୁତର ଅପରାଧ ଘଟାଇ ଯୁବକଟି ନିଶାର୍ଧରେ ସହର ଛାଡ଼ି ଚାଲିଗଲା। କେହି ହେଲେ ବି ତା’ର କୌଣସି ଟେର‌୍‌ ପାଇଲେ ନାହିଁ। ଅନେକ ଖୋଜାଖୋଜି ପରେ ବି ତା’ର କୌଣସି ପତ୍ତା ମିଳିଲା ନାହିଁ। ସେ ଥିଲା ପରିବାରର ଏକମାତ୍ର ପୁତ୍ର। ଏଭଳି ଘଟନାରେ ତା’ ପରିବାର ଭାଙ୍ଗି ପଡ଼ିଲା। ଏମିତି…
ଅଧିକ ଖବର ଦେଖନ୍ତୁ...

ରକ୍ତ ଶର୍କରାର ବୀଜ

ସଂପ୍ରତି ଭାରତ ପୃଥିବୀର ‘ଡାଇବେଟିସ କ୍ୟାପିଟାଲ’ ବା ‘ମଧୁମେହ ରାଜଧାନୀ’ ରୂପେ ଅପଖ୍ୟାତି ଲାଭ କରୁଥିବା ବେଳେ ଇଂଲାଣ୍ଡରୁ ପ୍ରକାଶିତ ସମ୍ବାଦପତ୍ର ‘ଦ ଗାର୍ଡିଆନ’ ମାତ୍ର ସପ୍ତାହକ ତଳେ ଯେଉଁ ଏକ ଗବେଷଣା ସମ୍ଭୂତ ରିପୋର୍ଟ ସହିତ ଆବିର୍ଭୂତ ହୋଇଛି, ତାହା ଭାରତୀୟମାନଙ୍କ ଠାରେ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ଭୁଲ୍‌ ନିଷ୍ପତ୍ତି ଓ ଠିକ୍ ପରିଣତି

ନିଷ୍ପତ୍ତି ଭୁଲ୍‌ ହେଲେ ପରିଣତି ଠିକ୍ ହୋଇପାରିବ କି? ଆପଣ ତତ୍‌କ୍ଷଣାତ୍ ଉତ୍ତର ଦେବେ ନା’। ନିଷ୍ପତ୍ତି ଯଦି ଭୁଲ୍‌ ନିଆଯାଏ ତା’ର ପରିଣତି ମଧ୍ୟ ଭୁଲ୍‌ ହେବ। କିନ୍ତୁ ଏହା ସର୍ବକାଳୀନ ସତ୍ୟ ନୁହେଁ। ଏ ଉଦାହରଣ ଦୁଇଟି ଦେଖନ୍ତୁ: ଅନେକ ସମୟ ଅପେକ୍ଷା ପରେ ବିଳମ୍ବରେ ବନ୍ଧୁ ଆସି ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ନିଆଁର ଉତ୍ତର ପାଣି

ଗାଁରେ ଜଣେ ଉଦ୍ଧତ ଜମିଦାର ଥିଲେ। ତାଙ୍କର ଏକମାତ୍ର ପୁତ୍ର ଥିଲା ଆହୁରି ଉଦ୍ଧତ, ଗର୍ବୀ ଓ ଦୁଷ୍ଟ ସ୍ବଭାବର। ଦିନକର କଥା। ଗାଁ ଲୋକେ ଜଣେ ସନ୍ନ୍ୟାସୀଙ୍କୁ ଗାଁକୁ ଆମନ୍ତ୍ରଣ କଲେ। ସାଧୁଙ୍କ ସତ୍‌ସଙ୍ଗରେ କିଛି ଦିନ କାଟିବା ଥିଲା ଗାଁ ଲୋକଙ୍କ ଉଦ୍ଦେଶ୍ୟ। କିନ୍ତୁ ଗାଁରେ ସାଧୁ ପହଞ୍ଚିଗଲା…
ଅଧିକ ଖବର ଦେଖନ୍ତୁ...

ବିଜ୍ଞ ବିଚାର

ମଙ୍ଗଳବାର ଦିନ ପୃଥିବୀର ସର୍ବାଧିକ ଜନ ବହୁଳ ଦେଶ ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରି‌ମ୍ କୋର୍ଟର ଏକ ପାଞ୍ଚଜଣିଆ ସଂବିଧାନ ବେଞ୍ଚ୍ ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ କରାଯିବା ପାଇଁ ବିଚାରାଧୀନ ଥିବା ୨୧ଟି ଯାକ ଆବେଦନର ଫଇସଲା କରି ସେଗୁଡ଼ିକୁ ଖାରଜ କରିଦେଇ ପୃଥିବୀ…
ଅଧିକ ଖବର ଦେଖନ୍ତୁ...