ରାନୁ ମଣ୍ଡଳଙ୍କ ପରେ ଏହି ଯୁବକଙ୍କ ଭିଡିଓ ସେୟାର କଲେ ଅତିନ୍ଦ୍ର, କିଶୋର କୁମାରଙ୍କ ସହ ତୁଳନା କଲେ ଲୋକେ

ମୁମ୍ବାଇ : ରାତାରାତି ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳଙ୍କ ଆଗରେ ଏବେ ବଲିଉଡ୍‌ ଅଫରର ଲମ୍ବା ଧାଡ଼ି ଲାଗିଛି । ତାଙ୍କୁ ରାଣାଘାଟ ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚାଇବା ପାଇଁ ସପ୍ଟେଓ୍ଵୟାର ଇଞ୍ଜିନିୟର ଅତିନ୍ଦ୍ରଙ୍କ ବଡ଼ ହାତ ରହିଥିବା ବେଳେ ଏବେ ସେ ଆଉ ଜଣେ ଯୁବକଙ୍କୁ ଷ୍ଟାର ବନାଇବା ଇରାଦାରେ ଭିଡିଓ ସେୟାର କରିଥିବା ଜଣା ପଡ଼ିଛି । ଅତିନ୍ଦ୍ର ସେୟାର କରିଥିବା ଭିଡିଓରେ ସୁର୍‌ଜିତ୍‌ ମୂଖାର୍ଜୀନାମକ ଜଣେ ଯୁବକ ଗୀତ ଗାଉଥିବା ବେଳେ ଲୋକେ ତାଙ୍କ ସ୍ୱରକୁ କିଶୋର କୁମାରଙ୍କ ସହ ତୁଳନା କରିବାରେ ଲାଗି ପଡ଼ିଛନ୍ତି ।

ସେୟାର କରାଯାଇଥିବା ଭିଡିଓରେ, ସୁର୍‌ଜିତ୍‌ ପରିଚୟ ଫିଲ୍ମର ମୁସାଫିର୍‌ ହୁଁ ୟାରୋଁ ଗୀତ ଗାଉଥିବା ଦେଖାଯାଇଛି । ଏହି ଗୀତଟି କିଶୋର କୁମାର ଗାଇଥିବା ବେଳେ ଅଭିନୟ କରିଥିଲେ ଜିତେନ୍ଦ୍ର । ତେବେ ସୁର୍‌ଜିତ୍‌ଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ କିଶୋର କୁମାରଙ୍କ ସହ ତୁଳନା କରିବାରେ ଲାଗି ପଡ଼ିଛନ୍ତି । ରାନୁ ମଣ୍ଡଳଙ୍କ ପରେ ଅତିନ୍ଦ୍ର ଏବେ ସୁର୍‌ଜିତ୍‌ଙ୍କ ସଫଳତାର କାରଣ ବନିବେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

ସମ୍ବନ୍ଧିତ ଖବର