ପତ୍ନୀବ୍ରତା ପତି ସାଜିଲେ ଆନନ୍ଦ : ସୋନମଙ୍କ ପାଇଁ କଲେ ନାମ ପରିବର୍ତ୍ତନ

ମୁମ୍ବାଇ : ଚଳିତ ବର୍ଷର ବହୁଚର୍ଚ୍ଚିତ ବିବାହ ମଧ୍ୟରେ ରହିଛି ସୋନମ ଏବଂ ଆନନ୍ଦ ଆହୁଜାଙ୍କ ବିବାହ । ଦୁହିଁଙ୍କ ବିବାହକୁ ଏକ ସପ୍ତାହ ହୋଇ ଯାଇଥିଲେ ମଧ୍ୟ ଏ ନେଇ ମିଡ଼ିଆରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ନିକଟରେ ବିବାହ ପରେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୋନମଙ୍କ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ପତ୍ନୀ ସୋନମଙ୍କ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି ଆନନ୍ଦ। ଆନନ୍ଦ ଆହୁଜା ଇନଷ୍ଟାଗ୍ରାମରେ ନିଜ ନାମ ମଧ୍ୟରେ ‘ଏସ୍‌’ ଯୋଡ଼ିଥିବା ଦେଖିବାକୁ ମିଳିଛି।

indianexpress

ସୋନମ ତାଙ୍କ ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କରି ‘ସୋନମ କେ ଆହୁଜା’ କରିଥିଲେ । ଏଥିପାଇଁ ସୋନମଙ୍କୁ ପ୍ରଶଂସକ ବହୁ ମାତ୍ରାରେ ଟ୍ରୋଲ କରିଥିଲେ। ତେବେ ବର୍ତ୍ତମାନ ଆନନ୍ଦଙ୍କ ଏହି ପଦକ୍ଷେପ ଦର୍ଶକଙ୍କ ସହିତ ବଲିଉଡ଼କୁ ଅନୁପ୍ରାଣିତ କରିଛି। ଆନନ୍ଦ ଇନଷ୍ଟାଗ୍ରାମରେ ତାଙ୍କ ନାମ ପରିବର୍ତ୍ତନ କରି ‘ଆନନ୍ଦ ଆହୁଜା’ରୁ ‘ଆନନ୍ଦ ଏସ୍‌ ଆହୁଜା’ କରିଛନ୍ତି । ଏହା ଦ୍ୱାରା ତାଙ୍କର ସୋନମଙ୍କ ପ୍ରତି ଥିବା ଭଲପାଇବା ଦେଖାଇବା ସହ ନାମ ପରିବର୍ତ୍ତନ ନିୟମ କେବଳ ମହିଳାଙ୍କ ପାଇଁ ଲାଗୁ ନୁହଁ ବୋଲି ପ୍ରମାଣିତ କରିଛନ୍ତି । ସୋନମ ଏବଂ ଆନନ୍ଦ ଗତ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋନମଙ୍କୁ କାନ୍‌ ଫେଷ୍ଟିଭାଲକୁ ଯିବାର ଥିବାରୁ ତାଙ୍କ ସହ ଯାଇଥିଲେ ଆନନ୍ଦ । ଏହା ସହିତ ଆନନ୍ଦଙ୍କ ଡ଼ିଜାଇନର ପୋଷାକ ପିନ୍ଧି ଫେଷ୍ଟିଭାଲରେ ନଜର ଆସିଥିଲେ ସୋନମ ।

ସମ୍ବନ୍ଧିତ ଖବର