ହ୍ରିତିକ୍‌ ରୋଶନଙ୍କ ବିରୋଧରେ ରୁଜୁ ହେଲା ମାମଲା, ଠକେଇ କରିଥିବା ନେଇ ଅଭିଯୋଗ

ମୁମ୍ବାଇ : ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା । ଠକେଇ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଏ ମାମଲାକୁ ନେଇ ହ୍ରିତିକ୍‌ ରୋଶନଙ୍କ ସମେତ ଅନ୍ୟ ୮ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଚେନ୍ନାଇରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆର୍‌ ମୁରଲୀଧରନ ନାମକ ଜଣେ ଯୁବକ ଏହି ମାମଲା କରିଥିବା ଜଣାପଡ଼ିଛି। ହ୍ରିତିକ୍‌ଙ୍କ ଏଚ୍‌ଆର୍‌ଏକ୍ସ କମ୍ପାନିରେ ସେ ଷ୍ଟକିଷ୍ଟ୍‍ ଥିବା ବେଳେ ହ୍ରିତିକ୍‌ ଏବଂ ତାଙ୍କ ୮ଜଣ ସହଯୋଗୀ ୨୧ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଆର୍‌ ମୁରଲୀଧରନ ।

The Indian Express

ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୪ରେ ହ୍ରିତିକ୍‌ଙ୍କ ଏଚ୍‌ଆର୍‌ଏକ୍ସ କମ୍ପାନି ଆରମ୍ଭ କରାଯାଇଥିଲା । ସେ ଷ୍ଟକିଷ୍ଟ ଥିବା ବେଳେ ହ୍ରିତିକ୍‌ଙ୍କ କମ୍ପାନି ତାଙ୍କୁ ନିୟମିତ ଭାବରେ ସାମଗ୍ରୀ ଦେଉ ନ ଥିଲେ । ଏହା ସହ ହଠାତ୍‌ ପୂରା ମାର୍କେଟିଙ୍ଗ ଟିମ୍‌ଙ୍କୁ ତାଙ୍କ ଅଜାଣତରେ ବଦଳାଇ ଦିଆ ଯାଇଥିଲା, ଯାହାଦ୍ୱାରା ଅନେକ ପ୍ରଡ଼କ୍ଟ ବିକ୍ରି ନ ହୋଇ ସେମିତି ପଡ଼ି ରହିଥିଲା । ବଳକା ଥିବା ପ୍ରଡ଼କ୍ଟକୁ ଆର୍‌ ମୁରଲୀଧରନ ଯେତେବେଳେ ଫେରାଇବାକୁ ଚାହିଁଲେ ହ୍ରିତିକ୍‌ ସେ ପ୍ରଡ଼କ୍ଟ ନେବା ପରେ ଟଙ୍କା ଦେବେ ନାହିଁ ବୋଲି ମନା କରି ଦେଇଥିଲେ । ଯେଉଁଥି ପାଇଁ ତାଙ୍କର ୨୧ଲକ୍ଷ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ମୁରଲୀଧରନ। ଏ ନେଇ ହ୍ରିତିକ୍‌ଙ୍କ ନୋଟିସ ପଠା ଯାଇଥିବା ବେଳେ ମୁରଲୀଧରନଙ୍କ ହୋଇଥିବା କ୍ଷତି ପାଇଁ ମୁଁ ଦାୟୀ ନୁହଁ ବୋଲି ହ୍ରିତିକ୍‌ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର