ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ଅଡ଼ୁଆରେ କପିଲ ଶର୍ମା, ଆରମ୍ଭ ହେଲା #ବଏକଟ୍‌କପିଲଶର୍ମା ଅଭିଯାନ

ମୁମ୍ବାଇ: ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଘଟିଥିବା ଘଟଣା ପାଇଁ ଦେଶରେ ବିଭିନ୍ନ ପ୍ରକାରର ବିବାଦ ଦେଖା ଯାଇଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଲୋକମାନେ ଦାବି କରୁଥିବା ବେଳେ କିଛି କଳାକାର ଏ ନେଇ ନିଜର ମତ ରଖି ବିବାଦରେ ଫସିଛନ୍ତି । ସେ ମଧ୍ୟରେ ଅଛନ୍ତି କ୍ରିକେଟର ନବଜୋତ ସିଂହ ସିଦ୍ଧୁ । ପୁଲଓ୍ଵାମାରେ ଘଟିଥିବା ଘଟଣା ପରେ, କିଛି ଲୋକଙ୍କ କାମ ପାଇଁ ସାରା ଦେଶ ଉପରେ ଅଭିଯୋଗ ଲଗାଇବା ଏବଂ ପ୍ରତିଶୋଧ ନେବା ଠିକ୍‌ ନୁହେଁ । ଆତଙ୍କବାଦୀମାନଙ୍କର କୌଣସି ଧର୍ମ, ଦେଶ ବା ଜାତି ନାହିଁ । ସେମାନେ କେବଳ ହତ୍ୟା କରି ଜାଣିଛନ୍ତି । ସେମାନେ କରିଥିବା ଭୁଲର ଦଣ୍ଡ ସାରା ଦେଶକୁ ଦିଆଯିବା ଠିକ୍‌ ନୁହେଁ ବୋଲି ସିଦ୍ଧୁ କହିଥିଲେ । ଯାହା ପରେ ତାଙ୍କୁ ‘ଦ କପିଲ ଶର୍ମା’ ସୋ’ରୁ ହଟାଇ ଦିଆ ଯାଇଥିଲା । ଏବେ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ହାସ୍ୟ ଅଭିନେତା କପିଲ ଶର୍ମା ନିଜର ମତ ରଖିଥିବାରୁ ତାଙ୍କ ସୋ’କୁ ବନ୍ଦ କରିବା ସହ କପିଲଙ୍କୁ ବଏକଟ୍‌ କରିବା ପାଇଁ ଲୋକେ ଦାବି କରିବା ଆରମ୍ଭ କରିଛନ୍ତି ।

Free Press Journal

ସିଦ୍ଧୁଙ୍କ ସୋ’ ଛାଡ଼ିବାକୁ ନେଇ କପିଲଙ୍କୁ ପଚରାଯିବା ପରେ, ସେ ନିଜର ବ୍ୟକ୍ତିଗତ କାମ ପାଇଁ ସୋ’ ଛାଡ଼ିଥିବା କହିଥିଲେ କପିଲ । ସିଦ୍ଧୁଙ୍କୁ ନେଇ ହେଉଥିବା ବିବାଦ ଉପରେ ପଚରାଯିବା ପରେ, ଏହା ବହୁତ ଛୋଟେ କଥା । କାହାକୁ ସୋ’ରୁ ବାହାର କରିବା ବା ସୋ’ ବନ୍ଦ କରିଦେବା ଏହି ସମସ୍ୟାର ସମାଧାନ ନୁହେଁ । ଏ ନେଇ ଦୁଇ ଦେଶକୁ ସ୍ଥାୟୀ ସମାଧାନ କରିବାକୁ ପଡ଼ିବ ବୋଲି କପିଲ କହିଥିଲେ । ଯାହା ପରେ ସୋନି ଟିଭି ଏବଂ କପିଲଙ୍କ ସୋ’କୁ ବନ୍ଦ କରିବାକୁ ଲୋକେ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର