ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଆସିବା ପରେ ଏବେ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ କରଣ, ମୋନା ସିଂହଙ୍କୁ ନେଇ କହିଲେ; ମୁଁ ତାଙ୍କ ସହ ରହିବାକୁ ଚାହୁଁଥିଲି, କିନ୍ତୁ…….

ମୁମ୍ବାଇ : କିଛି ମାସ ତଳେ ଜଣେ ମହିଳା ଜ୍ୟୋତିଷ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ । ଯାହା ପରେ କରଣଙ୍କୁ ଗିରଫ କରିଥିଲା ପୁଲିସ । ମାସେ ଜେଲରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି କରଣ । ଅଭିଯୋଗ ଆଣିଥିବା ମହିଳା ମିଛ କହି କରଣଙ୍କୁ ଫସାଇଥିବାରୁ ପୁଲିସ ଅଭିଯୁକ୍ତ ମହିଳାକୁ ଏବେ ଗିରଫ କରି ନେଇଛି । ତେବେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିବା ପରେ ଏବେ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ କରଣ ।

bollywoodbubble.com

ନିଜ ସହ କଳାକାର ମୋନା ସିଂହଙ୍କ ସହ ସେ ପ୍ରେମ ସଂପର୍କରେ ଥିବା ବେଳେ ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି । ନିଜ ଭଙ୍ଗା ସଂପର୍କକୁ ନେଇ କରଣ କହିଛନ୍ତି, ମୁଁ ମୋନା ସିଂହଙ୍କ ସହ ରହିବାକୁ ଚାହୁଁଥିଲି । ସେ ଜଣେ ଭଲ ମଣିଷ ଏବଂ କଳାକାର ମଧ୍ୟ । କିନ୍ତୁ ଆମେ ଦୁହେଁ ପରସ୍ପରଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲୁ । ଏବେ ସେ ନିଜର କ୍ୟାରିୟରରେ ବହୁତ ଆଗକୁ ବଢ଼ୁଛନ୍ତି, ତେଣୁ ବିବାହ କଥା ଚିନ୍ତା ମଧ୍ୟ କରୁ ନାହାନ୍ତି । କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏହି  ପାଇଁ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ ।

ସମ୍ବନ୍ଧିତ ଖବର