ରିଲିଜ ହେଲା ‘ମେଡ଼ ଇନ ଚାଇନା’ ର ଟ୍ରେଲର

ମୁମ୍ବାଇ: ନ୍ୟୁଟନ, ସ୍ତ୍ରୀ, ଜଜମେଣ୍ଟାଲ ହୈ କ୍ୟା ଭଳି ଅନେକ ସିନେମାରେ ନିଜ ପ୍ରଭାବଶାଳୀ ଅଭିନୟ ପରଷି ବଲିଉଡରେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ଅଭିନେତା ରାଜ କୁମାର୍ ରାଓ । ଆଉ ଆଜିକାଲି ସେ ନିଜ ଆଗାମୀ ଫିଲ୍ମ ‘ମେଡ୍ ଇନ୍ ଚାଇନା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟିର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଏହି ସିନେମାରେ ଷ୍ଟ୍ରଗଲ୍ କରୁଥିବା ଜଣେ ବ୍ୟବସାୟୀ ଭୂମିକାରେ ନଜର ଆସିବେ ରାଜ କୁମାର୍ ।

ଫିଲ୍ମଟିର କାହାଣୀ ରଘୁ ମେହଟ୍ଟା ନାମକ ଷ୍ଟ୍ରଗଲ୍ କରୁଥିବା ଜଣେ ବ୍ୟବସାୟୀର ଜୀବନୀକୁ ନେଇ ଗତିଶୀଳ ହୋଇଛି । ଜଣେ ସଫଳ ବ୍ୟବସାୟୀ ହେବା ପାଇଁ ରଘୁ ଚାଇନା ଯାଏ, ଆଉ ସେଠାକାର ଏକ ପ୍ରଡକ୍ଟ ଆଣି ଭାରତରେ ବିକ୍ରି କରେ । ଯାହା ତାକୁ ସଫଳତା ତ ଦିଏ । ହେଲେ ପରେ ଏହାକୁ ନେଇ ଅନେକ ସମସ୍ୟାରେ ମଧ୍ୟ ସେ ଫସିଯାଏ । ସିନେମାରେ ରଘୁ ମେହଟ୍ଟା ଚରିତ୍ରରେ ଅଭିନେତା ରାଜ କୁମାର୍ ରାଓଙ୍କୁ ଦେଖିବାକୁ ମିଳିବ ।

ଏହି କମେଡି-ଡ୍ରାମା ଫିଲ୍ମରେ ରାଜକୁମାରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ମୌନି ରୟ ନଜର ଆସିବେ । ଏହାଛଡା ଅଭିନେତା ବୋମନ୍ ଇରାନୀ, ଅମୈରା ଦସ୍ତୁର୍, ସୁମୀତ୍ ବ୍ୟାସ୍, ପରେଶ ରାୱଲ୍ ଏବଂ ଗଜରାଜ ରାଓଙ୍କୁ ଏହି ସିନେମାରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୨୫ ଅକ୍ଟୋବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମେଡ୍ ଇନ୍ ଚାଇନା’ ।

ସମ୍ବନ୍ଧିତ ଖବର