ଭିନ୍ନ ଅନ୍ଦାଜରେ କିକି ଚ୍ୟାଲେଞ୍ଜକୁ ପୂରା କଲେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା, ପ୍ରଶଂସକଙ୍କୁ ଦେଲେ ପରାମର୍ଶ, ଦେଖନ୍ତୁ କେମିତି ଥିଲା ତାଙ୍କର କିକି ଡ୍ୟାନ୍ସ

ମୁମ୍ବାଇ : କିକି ଚାଲେଞ୍ଜର ନିଶା ଏବେ ଚାରିଆଡ଼େ ଦେଖିବାକୁ ମିଳିଛି । ଅନେକ ଚେତାବନୀ ଏବଂ ସଚେତନତା ଅଭିଯାନ ପରେ ମଧ୍ୟ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଏହି ଚ୍ୟାଲେଞ୍ଜକୁ ପୂରା କରିବାରେ ଲାଗି ପଡ଼ିଛନ୍ତି । କେବେ ଚଳନ୍ତା କାର୍‌ ତ କେବେ ଚଳନ୍ତା ଟ୍ରେନ୍‌ । ଏବେ ମୁମ୍ବାଇର ୩ଜଣ ଯୁବକଙ୍କୁ ଏ ନେଇ ୩ଦିନ ରେଳ ଷ୍ଟେସନ ସଫା କରିବାର ଦଣ୍ଡ ଦିଆ ଯାଇଛି । ତେବେ ଏବେ ସବୁ ଭିତରେ ନିଜର ପ୍ରଶଂସକଙ୍କୁ ସୁରକ୍ଷିତ ରଖିବା ପାଇଁ ଭିନ୍ନ ଅନ୍ଦାଜରେ କିକି ଚ୍ୟାଲେଞ୍ଜକୁ ପୂରା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ରିଚା ନିଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ‘କିକି ଡ଼ୁ ୟୁ ଲଭ୍‌ ମି…’ ଗୀତରେ ନାଚୁଥିବାର ଦେଖା ଯାଇଛି ।

କିନ୍ତୁ ଏହି ଭିଡ଼ିଓ ପୂର୍ବରୁ ଅପ୍‌ଲୋଡ଼୍‍ ହୋଇଥିବା ଅନ୍ୟ ଭିଡ଼ିଓଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ଦେଖା ଯାଇଛି। ରିଚା କୌଣସି ଚଳନ୍ତା କାର୍‌,ଅଟୋ ବା ଟ୍ରେନ୍‌ରୁ ଓହ୍ଲାଇ ନାଚିବା ପରିବର୍ତ୍ତେ ଜିମ୍‌ ଭିତରେ କରିଥିବା ଦେଖା ଯାଇଛି । ଏହି ଭିଡ଼ିଓ ଅପ୍‌ଲୋଡ଼ କରି କିକି ଯଦି ତୁମେ ମୋତେ ଭଲ ପାଉଛ ତେବେ ଚଳନ୍ତା ଗାଡ଼ିରୁ ବାହାରକୁ ଆସ ନାହିଁ ବୋଲି ଲେଖିଥିବା ଦେଖା ଯାଇଛି । ରିଚାଙ୍କ ଏହି ଭିନ୍ନ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିବା ସହ ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର