ବାପା ସଲିମ୍‌ ଖାନ୍‌ ସଲମାନଙ୍କୁ ଦେଇଛନ୍ତି ଏହି ବିରାଟ ଅନୁମତି; ଯାହା ହୁଏତ କୌଣସି ଭାରତୀୟ ବାପା ନିଜ ପୁଅକୁ ଦିଅନ୍ତି ନାହିଁ

ମୁମ୍ବାଇ: ଦବଙ୍ଗବୟ ସଲମାନ ଖାନ୍‌ ଏବେ ନିଜର ଅପକମିଂ ଚଳଚ୍ଚିତ୍ର ‘ଭାରତ’ ସୁଟିଂ କାର୍ଯ୍ୟରେ ବେଶ୍‌ ବ୍ୟସ୍ତ ରହୁଛନ୍ତି। ଏପରିକି ସଲମାନ ଚଳଚ୍ଚିତ୍ରରେ ନିଜର ଲୁକ୍‌ ବି ରିଲିଜ୍‌ କରି ସାରିଲେଣି। ଏହାଛଡ଼ା ଟେଲିଭିଜନ ସୋ’ ‘ଦସ୍‌କା ଦମ୍‌’, ‘ବିଗ୍‌ ବସ୍‌’ ସୁଟିଂ ପାଇଁ ବି ସାମାନ୍ୟ ବ୍ୟସ୍ତ ରହୁଥିବା ସୂଚନା ରହିଛି। ‘ଦସ୍‌କା ଦମ୍‌’ରେ ସଲମାନଙ୍କୁ ପଚାରାଯାଇଥିବା ଏକ ପ୍ରଶ୍ନର ଜବରଦସ୍ତ ଉତ୍ତର ଦେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

ସଲମାନଙ୍କୁ ପଚରା ଯାଇଥିଲା ‘ଭାରତରେ କେତେ ପ୍ରତିଶତ ପ୍ରେମୀ ଯୁଗଳ ସର୍ବସାଧାରଣରେ ରୋମାନ୍ସ କରୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ି ବାଡ଼ା ଖାଇଥାନ୍ତି?’ ଏହି ପ୍ରଶ୍ନର ବଡ଼ ସରଳ ଉତ୍ତର ଦେଇଛନ୍ତି ସଲମାନ। ସେ କହିଛନ୍ତି, ‘ବାସ୍ତବରେ ପ୍ରେମୀ ଯୁଗଳଙ୍କ ପାଇଁ ଏହା ଏକ ଗମ୍ଭୀର ସମସ୍ୟା। ନିଜ ଘରେ ସେମାନଙ୍କୁ ଅନୁମତି ମିଳିନଥାଏ। ଯଦି ସେମାନେ ଏକାନ୍ତରେ ସମୟ ବିତାଇବା ପାଇଁ କେଉଁ ହୋଟେଲ୍‌କୁ ଯାଆନ୍ତି ତେବେ ସମାଜ ତାହାକୁ ଅନ୍ୟ ହିସାବରେ ନେଇଥାଏ। ଏହା ବାସ୍ତବରେ ଏକ ଜଟିଳ ସମସ୍ୟା।’

ଏହି ପ୍ରସଂଗରେ ସଲମାନ କହନ୍ତି କି ଏ କ୍ଷେତ୍ରରେ କିନ୍ତୁ ତାଙ୍କ ବାପା ସଲିମ ଖାନ୍‌ ବହୁତ ହୁସିଆର୍‌। ସେ ସଲମାନଙ୍କୁ ନିଜ ପ୍ରେମିକାମାନଙ୍କ ସହ ସର୍ବସାଧାରଣରେ ବୁଲିବା ବଦଳରେ ଘରକୁ ଆଣିବା ପାଇଁ ଅନୁମତି ଦେଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ସଲମାନଙ୍କ ସହ ଯୋଡ଼ି ହୋଇଥିବା ନାମ ସଂଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ୍‌ ଓ ଲୁଲିଆ ବନ୍ତୁର ଆଦି ସମସ୍ତେ ସଲମାନଙ୍କ ଘରକୁ ଆତଯାତ କରନ୍ତି।

ଅପକମିଂ ଚଳଚ୍ଚିତ୍ର ‘ଭାରତ’ ସଂପର୍କରେ ସଲମାନ କହନ୍ତି, ‘ଏପରି ଚଳଚ୍ଚିତ୍ରରେ ମୁଁ ପୂର୍ବରୁ ଅଭିନୟ କରିନାହିଁ। ଏହି ଚଳଚ୍ଚିତ୍ରର ଚରିତ୍ର ଖୁବ୍‌ ସ୍ୱତନ୍ତ୍ର। କ୍ୟାଟ୍ରିନା କୈଫ୍‌ଙ୍କ ବ୍ୟତୀତ ଦୀଶା ପଟାନୀଙ୍କ ଭୂମିକା ମଧ୍ୟ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ।

ସମ୍ବନ୍ଧିତ ଖବର