ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ମହଙ୍ଗା ପଡ଼ିଲା; କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଘଟଣା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
କଂଗ୍ରେସ ନେତ୍ରୀ ଲାମ୍ବାଙ୍କ ଏପ୍ରକାର କାର୍ଯ୍ୟ ଓ ଆଚରଣର ବିରୋଧ କରି ଉତ୍ତରପ୍ରଦେଶ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ପ୍ରୀତି ବର୍ମା ଲାମ୍ବାଙ୍କ ବିରୋଧରେ ପୁଲିସ୍‌ ଥାନାରେ ଏକ ମାମଲା ଆଗତ କରିଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୫୦୪, ୫୦୫ (୧) (ଖ) ଏବଂ ୫୦୫(୨) ଅନୁଯାୟୀ ଉତ୍ତରପ୍ରଦେଶର ହଜରତ୍‌ଗଞ୍ଜ ପୁଲିସ୍‌ ଥାନାରେ ଏହି ମାମଲା ଆଗତ ହୋଇଥିବା ଜାଣିବା ପାଇଁ ମିଳିଛି।

Republic India

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶ୍ଳୀଳ, ଅଶାଳୀନ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତ୍ରୀ ଅଲକା ଲାମ୍ବା ତାଙ୍କ ଟ୍ଵିଟର ହାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ। ଉକ୍ତ ଭିଡିଓରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦିତ୍ୟନାଥଙ୍କୁ ଗାଳିଗୁଲଜ କରିବା ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା କ୍ଷେତ୍ରରେ ଏହି ଯୋଡିଙ୍କୁ ‘ଶକ୍ତିହୀନ’ ବୋଲି କହିଥିବାର ନଜର ଆସଥିଲେ। ସେ କହିଥଲେ ଯେ ସେ ସେମାନଙ୍କ ମୁହଁରେ ଛେପ ପକାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ଓ ଫାଇଦା ପାଇଁ ମୁସଲିମ ଏବଂ ଦଲିତ କାର୍ଡ ଖେଳୁଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତ୍ରୀ ଅଳକା ଲମ୍ବା କହିଛନ୍ତି ଯେ ସେ ସେୟାର କରିଥିବା ଭିଡିଓଟି ୨ ବର୍ଷ ତଳର ପୁରୁଣା। ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ଏକ କୋଟି ଲୋକ ଦେଖି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅନ୍ଧ ସମର୍ଥକ ଓ ଭକ୍ତମାନେ ମୋ ବିରୁଦ୍ଧରେ ଯେତେବେଳେ ମୋ ବିରୋଧରେ କିଛି ପାଇଲେ ନାହିଁ, ସେତେବେଳେ ସେମାନେ ଏହି ୨ ବର୍ଷ ପୁରୁଣା ଭିଡିଓକୁ ମୋ ବିରୋଧରେ ଆୟୂଧ କରିଛନ୍ତି।

ସମ୍ବନ୍ଧିତ ଖବର