ସୋମାଲିଆରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ୨୭୬ ମୃତ
ମୋଗାଦିଶୁ: ସୋମାଲିଆର ରାଜଧାନୀରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ୨୭୬ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ୩୦୦ ଲୋକ ଆହତ ହୋଇଛନ୍ତି। ସୋମବାର ସକାଳେ ଏ କଥା ଘୋଷଣା କରିଛନ୍ତି ଦେଶର ସୂଚନା ମନ୍ତ୍ରୀ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଅବ୍ଦିରହମନ୍ ଓସ୍ମାନ୍ ଏକ ଟୁଇଟ୍ରେ ଏହି ଆକ୍ରମଣକୁ ବର୍ବରୋଚିତ ଓ ତୁର୍କୀ ଏବଂ କେନିଆ ଆଦି ଦେଶ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ଆଦି ଗୁରତ୍ୱପୂର୍ଣ୍ଣ ସରକାରୀ ମନ୍ତ୍ରାଳୟ ଥିବା ଜନ ଗହଳିପୂର୍ଣ୍ଣ ଟ୍ରକ୍ ବୋମା ବିସ୍ଫୋରଣର ଦିନକ ପରେ ଡାକ୍ତରଖାନାଗୁଡ଼ିକ ଜନଗହଳିରେ ଭରି ଯାଇଥିଲା।
ଆକ୍ରମଣସ୍ଥଳରେ କ୍ରୋଧୀ ପ୍ରତିବାଦକାରୀମାନେ ଏକତ୍ର ହେବାରୁ ସୋମାଲିଆ ସରକାର ଅଲ୍-କାଏଦା ସହ ସମ୍ପର୍କରେ ଥିବା ଅଲ୍-ଶବାବ୍ ଆତଙ୍କବାଦୀଙ୍କୁ ଏହି ଜାତୀୟ ଦୁର୍ବିପାକ ନିମନ୍ତେ ନିନ୍ଦା କରିଛି। କିନ୍ତୁ, ସର୍ବଦା ରାଜଧାନୀର ହାଇ-ପ୍ରୋଫାଇଲ୍ ଅଞ୍ଚଳ ଉପରେ ଆକ୍ରମଣ କରୁଥିବା ଆଫ୍ରିକାର ସବୁଠୁ ମାରତ୍ମକ ଇସ୍ଲାମୀୟ ଆତଙ୍କବାଦୀ ଦଳ କୌଣସି ମନ୍ତବ୍ୟ ଦେଇ ନାହିଁ।
ଟ୍ରମ୍ପ୍ ପ୍ରଶାସନ ଏବଂ ନିକଟ ଅତୀତରେ ନିର୍ବାଚିତ ସୋମାଲିଆ ରାଷ୍ଟ୍ରପତି ଅଲ୍-ଶବାବ୍ ବିରୋଧରେ ନୂତନ ସାମରିକ ଉଦ୍ୟମ ଆରମ୍ଭ କରିବାକୁ ଘୋଷଣା କରିବା ପରେ ଏହି ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ ଚଳାଇବ ବୋଲି ଏ ବର୍ଷ ପ୍ରାରମ୍ଭରେ ପଣ କରିଥିଲା।
ଉପ-ସାହାରୀୟ ଆଫ୍ରିକାରେ ମୋଗାଦିଶୁ ବୋମା ବିସ୍ଫୋରଣ ହେଉଛି ଅନ୍ୟତମ ମାରାତ୍ମକ ଆକ୍ରମଣ। ୨୦୧୫ରେ ହୋଇଥିବା କେନିଆର ଗ୍ରାସିଆ ୟୁନିଭର୍ସିଟି ଆକ୍ରମଣ ଏବଂ ୧୯୯୮ରେ କେନିଆସ୍ଥିତ ଆମେରିକୀୟ ଦୂତାବାସ ଏବଂ ୧୯୯୮ରେ ହୋଇଥିବା ତାଞ୍ଜାନିଆ ଆକ୍ରମଣ ଠାରୁ ଏହା ଅତି ଭୟଙ୍କର।
ମୋଗାଦିଶୁ ଡାକ୍ତରଖାନାମାନଙ୍କରେ ଗୁରୁତର ଆହତ ହୋଇଥିବା ପୀଡ଼ିତମାନଙ୍କୁ ଚିକିତ୍ସା ଯୋଗାଇବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। କେତେକ ପୋଡ଼ି ଯାଇଥିବା ଲୋକଙ୍କୁ ଚିହ୍ନି ମଧ୍ୟ ହେଉନାହିଁ।
ଭିତରେ ବିନିଦ୍ର ନର୍ସମାନେ ବିସ୍ଫୋରଣରେ ଗୋଡ଼ଟିଏ ହରାଇ ଥିବା ଲୋକଜଣକୁ ବୋହି ନେଉଛନ୍ତି। ସର୍ଜନ୍ମାନେ ଅନ୍ୟ ଏକ ଗୁରୁତର ଆହତ ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେ ଅପେକ୍ଷା କରି ପଡ଼ି ରହିଛନ୍ତି। କ୍ଳାନ୍ତ ଡାକ୍ତରମାନେ ଜାଗ୍ରତ ରହିବାକୁ ଉଦ୍ୟମ ଚଳାଇଥିବାବେଳେ ପୀଡ଼ିତମାନଙ୍କର ଚିତ୍କାରରେ ହଲ୍ ଉଛୁଳି ଉଠୁଛି।
ଆହତ ହୋଇଥିବା ପ୍ରାୟ ସବୁ ପୀଡ଼ିତଙ୍କ କ୍ଷତ ଅତି ସାଙ୍ଘାତିକ। ଅବ୍ୟକ୍ତ ଆତଙ୍କ ବୋଲି କହନ୍ତି ନର୍ସ ସମିର ଅବ୍ଦି। ରକ୍ତର ଗନ୍ଧ ମଧ୍ୟ ଅତି ଉତ୍କଟ।
ଲୁହ ଛଳ ଛଳ ଆଖିରେ ନିଜ ସ୍ୱାମୀଙ୍କ ପୋଡ଼ା ଶରୀରକୁ ଦେଖି ହାଓ ୟୁସୁଫ୍ କହୁଛନ୍ତି ସେ ଅପେକ୍ଷା କରି କରି ସେ ମରିଯିବେ। ଆମେ ସାହାଯ୍ୟ ଲୋଡୁଛୁ।
ଲୋକେ ଭଙ୍ଗାରୁଜା କୋଠା ଭିତରୁ ହଜିଲା ଆତ୍ମୀୟ ସ୍ୱଜନଙ୍କୁ ଖୋଜୁଥିବାବେଳେ ସମଗ୍ର ସହରରେ ଅମ୍ବୁଲାନ୍ସ୍ର ସାଇରନ୍ ପ୍ରତିଧ୍ୱନିତ ହେଉଛି।
ଦେଶର ସୋମାଲି-ଆମେରିକୀୟ ନେତା, ରାଷ୍ଟ୍ରପତି ମହମ୍ମଦ ଅବ୍ଦୁଲାହି ମହମ୍ମଦ ତିନି ଦିନିଆ ଶୋକ ଘୋଷଣା କରିବା ସହ ଡାକ୍ତରଖାନାର ନିବେଦନ ରକ୍ଷା କରି ରକ୍ତ ଦାନ କରିଥିବା ହଜାର ହଜାର ବ୍ୟକ୍ତିଙ୍କ ସହ ଯୋଗ ଦେଇଛନ୍ତି। ସେ କହିଛନ୍ତି: ଆଗେଇ ଆସି ରକ୍ତ ଦାନ କରିବାକୁ ମୁଁ ସମସ୍ତ ସୋମାଲିଆବାସୀଙ୍କୁ ନିବେଦନ କରୁଛି।