ଶିମ୍ଲା: ହିମାଚଳ ପ୍ରଦେଶର ଶିମ୍ଲା ଜିଲ୍ଲାରେ ଗଭୀର ଖାଇ ମଧ୍ୟକୁ ଗୋଟାଏ ବୋଲେରୋ କ୍ୟାମ୍ପର୍ ଖସି ପଡ଼ିବାରୁ ଅନ୍ୟୂନ ତିନି ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟ ଚାରିଜଣ ଆହତ ହୋଇଥିବା କଥା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବିଳମ୍ବତ ରାତିରେ ବୋଲେରୋ କ୍ୟାମ୍ପର୍ରେ ନଙ୍କହରିରୁ ଧାନବାଲି ଗାଁ’କୁ ଯିବା ବାଟରେ ଧୋଣା ଗାଁ’ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ପାଇବା କ୍ଷଣି ଉଦ୍ଧାର କାର୍ଯ୍ୟ ପାଇଁ ସହକାରୀ ସବ୍-ଇନ୍ସ୍ପେକ୍ଟର୍ ଚମନ ନେଗିଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ବୋଲି ଜଣେ ପୁଲିସ କର୍ମଚାରୀ କହିଛନ୍ତି।
ଘଟଣାସ୍ଥଳରେ ମରିଥିବା ଲୋକମାନେ ହେଲେ ୨୫ ବର୍ଷିୟ ଆଶିଷ ଓରଫ ରାମ ଲାଲ, ୩୦ ବର୍ଷିୟ ସୁରେନ୍ଦର୍ ଏବଂ ୨୬ ବର୍ଷିୟ ଦଲିପ କୁମାର। ଏମାନେ ସମସ୍ତେ ଧାନବାଲିର ବାସିନ୍ଦା।
ଆହତମାନଙ୍କ ମଧ୍ୟରେ ଅଛନ୍ତି- ୩୫ ବର୍ଷିୟ ଗାଡ଼ି ମାଲିକ ସୁରେଶ, ୩୨ ବର୍ଷିୟ ନୀରଜ କୁମାର, ୨୫ ବର୍ଷିୟ ସୁନ୍ଦର ଏବଂ ହେମ ଚାନ୍ଦ। ସେମାନଙ୍କୁ ନାନଖାରିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।