ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ୫୦୩ ସାଂସଦ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି : ଆରଟିଆଇ ତଥ୍ୟ
ନୂଆଦିଲ୍ଲୀ : ଦେଶର ଅଧିକାଂଶ ସାଂସଦ ନିଜର ସଂପତ୍ତି ତାଲିକା ଦେବାରେ ବିଫଳ ହୋଇଛନ୍ତି । ମୋଟ ୫୪୩ ସାଂସଦଙ୍କ ମଧ୍ୟରୁ ୫୦୩ ଜଣ ସାଂସଦ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି । ଏହି ସାଂସଦଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରହିଛନ୍ତି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକସଭାର ନିୟମ ଅନୁସାରେ ଜଣେ ସାଂସଦ ନିର୍ବାଚିତ ହେବାର ୯୦ ଦିନ ମଧ୍ୟରେ ନିଜର ସଂପତ୍ତି ତାଲିକା ଦାଖଲ କରିବା ଆବଶ୍ୟକ । କିନ୍ତୁ ଗତ ବର୍ଷ ମେ ମାସରେ ଏସବୁ ସାଂସଦ ନିର୍ବାଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ଦାଖଲ କରିବାରେ ବିଫଳ ହୋଇଛନ୍ତି । ମାତ୍ର ୩୬ ଜଣ ସାଂସଦ ନିଜର ସଂପତ୍ତି ତାଲିକା ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ବିଜେପି ସାଂସଦ,୮ ଜଣ ଟିଏମସି ସାଂସଦ, ବିଜେଡ଼ିର ଜଣେ ସାଂସଦ ଅନ୍ତର୍ଭୁକ୍ତ । ଉତ୍ତରାଖଣ୍ଡର ଉଦ୍ଦମ ସିଂ ନଗର ଜିଲ୍ଲାର ନିଦିମୁଦ୍ଦିନ ନାମକ ବ୍ୟକ୍ତି ଏହି ଆରଟିଆଇ ଦାଖଲ କରିଥିଲେ ।