ମ୍ୟାଗି ଖାଇ ୯ଶିଶୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁରରେ ମ୍ୟାଗି ଖାଇ ୯ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସମସ୍ତ ପିଲା ଶନିବାର ରାତିରେ ମ୍ୟାଗି ଖାଇବା ପରେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥ ଶିଶୁଙ୍କୁ ଗ୍ଵାଲିୟର ମେଡିକାଲ କଲେଜ ସ୍ଥାନାନ୍ତର କରି ଦିଆଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ଏଭଳି ଘଟଣା ଛତିଶଗଡ଼ ଜିଲ୍ଲା ନୈଗାଁ ତହସିଲ ଗ୍ରାମରେ ବଛୋରାରେ ଘଟିଛି। ଏଠାରେ ଗୋଟିଏ ପରିବାରର ୯ଜଣ ଶିଶୁ ମ୍ୟାଗି ଖାଇବା ପରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗ୍ରାମବାସୀ ମିଶି ଶିଶୁଙ୍କୁ ନୌଗାଁ ସାମୁଦାଦୟିକ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଗ୍ଵାଲିୟର ହସ୍‌ପିଟାଲରେ ଚିକିତ୍ସା ପାଇଁ ୯ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ପିଲା ମ୍ୟାଗି ଖାଇବେ ବୋଲି ଜିଦ୍‌ କରିଥିଲେ। ଏହାପରେ ମହିଳା ପାଖ ଦୋକାନରୁ ୧୦ଟି ମ୍ୟାଗି ଆଣିଥିଲେ। ମ୍ୟାଗକୁ ବନାଇ ସାରିବା ପରେ ପିଲାଙ୍କୁ ଖାଇବାକୁ ଦେଇଥିଲେ। ଖାଇ ସାରିବା ପରେ ଗୋଟିଏ ପରେ ଗୋଟିଏ କରି ୯ଜଣ ପିଲାଙ୍କ ଶରୀରାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହାପରେ ତୁରନ୍ତ ୧୦୮ ନମ୍ବର ଡାଏଲ କରି ଆମ୍ବୁଲାନ୍ସ ଡକା ଯାଇ ୯ଜଣ ଶିଶୁଙ୍କୁ ସାମୁଦାଦୟିକ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର