ଅହମଦାବାଦରୁ ଉଡ଼ିଲା ଏୟାର୍‌ ଓଡ଼ିଶା ବିମାନ

ଅହମଦାବାଦ : କେନ୍ଦ୍ର ସରକାରଙ୍କ ଉଡ଼ାନ୍‌(ଉଡ଼େ ଦେଶକେ ଆମ୍‌ ନାଗରିକ) ଯୋଜନାରେ ଆଜି ଭୁବନେଶ୍ୱରସ୍ଥିତ ବିମାନ କମ୍ପାନି ‘ଏୟାର ଓଡ଼ିଶା’ ଆଜି ଏହାର ପ୍ରଥମ ଉଡ଼ାଣ ଆରମ୍ଭ କରିଛି। ଏହାର ଉଦ୍‌ଘାଟନୀ ଯାତ୍ରା ଗୁଜରାଟର ବୃହତ୍ତମ ସହର ଅହମଦାବାଦରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଅନ୍ୟତମ ସହର ମୁନ୍ଦ୍ରାକୁ ସଂଯୋଗ କରିଛି। ସୂଚନାଯୋଗ୍ୟ, ଦେଶର ବିଭିନ୍ନ ଆଞ୍ଚଳିକ ସହରଗୁଡ଼ିକ ମଧ୍ୟରେ ବିମାନ ସେବା ଉପଲବ୍ଧ କରାଇ ସାଧାରଣ ନାରିକଙ୍କୁ ବିମାନ ଯାତ୍ରା କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଡ଼ାନ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଏୟାର ଓଡ଼ିଶା କମ୍ପାନିର ପ୍ରଥମ ଯାତ୍ରାକୁ ଆଜି ଅହମଦାବାଦରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶୁଭାରମ୍ଭ କରିଥିଲେ। ୨୦୧୨ ମସିହାରୁ ନିର୍ଦ୍ଦିଷ୍ଟ ସୂଚୀ ନଥାଇ ବିମାନ ସେବା ଯୋଗାଇ ଆସୁଥିବା ଏୟାର ଓଡ଼ିଶା କମ୍ପାନିକୁ ଚଳିତ ମାସ ପ୍ରାରମ୍ଭରେ ହିଁ ବେସାମରିକ ବିମାନ ଚଳାଚଳ ବିଭାଗ ଏପରି ଉଡ଼ାନ୍‌ ଯୋଜନା ଅଧୀନରେ ନିୟମିତ ଉଡ଼ାଣ କରିବା ପାଇଁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର