+୮୬ କୋଡ୍‌ ଥିବା ନମ୍ବର ପ୍ରତି ସତର୍କ ରୁହନ୍ତୁ : ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ ଉପରେ ଚାଇନିଜ୍‌ ସାଇବର ଆକ୍ରମଣର ଆଶଙ୍କା ବଢିଚାଲିଛି । ଚାଇନିଜ୍‌ ହ୍ୟାକରମାନେ ଭାରତୀୟ ସେନାକର୍ମଚାରୀ, ସରକାରୀ କର୍ମଚାରୀମାନଙ୍କଠାରୁ ଗୋପନ ତଥ୍ୟ ହାସଲ କରିବା ପାଇଁ ଫାଶ ବସାଇ ଜଗିରହିଛନ୍ତି । ବିଶେଷକରି ହ୍ୟାକିଂ ପାଇଁ ସେମାନେ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟ୍ସଆପକୁ ବ୍ୟବହାର କରୁଥିବା ନେଇ ଭାରତୀୟ ସେନା ପକ୍ଷରୁ ୟୁଜରମାନଙ୍କୁ ସତର୍କ କରିଦିଆଯାଇଛି ।
ଭାରତୀୟ ସେନା ପକ୍ଷରୁ ଏକ ସଚେତନତାମୂଳକ ଭିଡିଓ ଜାରି କରି ସତର୍କ କରିଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚାଇନିଜ୍‌ ହ୍ୟାକରମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ହ୍ୟାକିଂ କରୁଛନ୍ତି ।

 

ବିଶେଷକରି ହ୍ଵାଟ୍ସଆପ୍‌ ଗ୍ରୁପଗୁଡ଼ିକୁ ସେମାନେ ଟାର୍ଗେଟ କରୁଛନ୍ତି, ହ୍ଵାଟ୍ସଆପ ଗ୍ରୁପରେ ଅନ୍ତର୍ଭୁକ୍ତ ହେବାପରେ ସେମାନେ କମ୍ପ୍ୟୁଟରରୁ ଡାଟା ଚୋରାଇ ନେଉଛନ୍ତି । +୮୬ ଲେଖାହୋଇଥିବା ନମ୍ବର ଚାଇନିଜ୍‌ ନମ୍ବର ବୋଲି ଜଣାଯାଇଛି, ଏପରି ନମ୍ବର ଗୁଡିକଠାରୁ ଦୂରେଇ ରହିବାକୁ କୁହାଯାଇଛି । ନିଜର ସିଷ୍ଟମରେ ନିୟମିତଭାବେ ସ୍କାନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସିମ କାର୍ଡ ବଦଳାଉଛନ୍ତି ତେବେ ପୁରୁଣା ସିମକାର୍ଡକୁ ସଂପୂର୍ଣ୍ଣ ନଷ୍ଟ କରିଦିଆଯିବା ଉଚିତ ବୋଲି ସେନା ପକ୍ଷରୁ ପରାମର୍ଶ ଦିଆଯାଇଛି । ସେନା ପକ୍ଷରୁ ଆଡିସନାଲ ଡାଇରେକ୍ଟର ଜେନେରାଲ ଅଫ ପବ୍ଲିକ ଇଣ୍ଟରଫେସ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର