ନାଗପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଗାନ୍ଧୀବାଦ ଉପରେ ପରୀକ୍ଷା: ଶ୍ରେଷ୍ଠ ସ୍ଥାନ ଦଖଲ କଲେ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଅରୁଣ ଗାଓ୍ଵଲି

ମୁମ୍ବାଇ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶବାଦ ଉପରେ ଆଧାରିତ ପରୀକ୍ଷାରେ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଅରୁଣ ଗାଓ୍ଵଲି ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ପରୀକ୍ଷାରେ ୮୦ ନମ୍ବରରୁ ଗାଓ୍ଵଲି ୭୪ ନମ୍ବର ରଖିଛନ୍ତି।

ନାଗପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ହୋଇଥିବା ପରୀକ୍ଷାରେ ପ୍ରାୟ ୧୬୦ ଜଣ କଏଦୀ ପରୀକ୍ଷା ଦେଇଥିଲେ।

ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ପହିଲାରେ ଆୟୋଜନ ହୋଇ ଥାଏ ଏହି ପରୀକ୍ଷା। ସହଯୋଗ ଟ୍ରଷ୍ଟ୍‍ ଏବଂ ସର୍ବୋଦୟ ଆଶ୍ରମ ମିଳିତ ଭାବେ ଏହାକୁ ପରିଚାଳନା କରନ୍ତି।

ଅଖିଳ ଭାରତୀୟ ସେନାର ସଂସ୍ଥାପକ ଗାଓ୍ଵଲି ୨୦୦୮ରେ ଶିବ ସେନା ବିଧାୟକ କମଳାକର ଜାମସନ୍ଦେପରଙ୍କୁ ହତ୍ୟା କରି ଅଗଷ୍ଟ ୨୦୧୨ରେ ଦୋଷୀ ସାବ୍ୟସ୍ତ ହୋଇ ଥିଲେ। ମୁମ୍ବାଇ ସେସନ କୋର୍ଟ ତାଙ୍କୁ ଯାବଜ୍ଜୀବନ କାରଦଣ୍ଡାଦେଶ ଦେଇଥିଲେ।

ତାଙ୍କ ଜୀବନ ଓ ଅମଳ ଉପରେ ଆଧାରିତ ଏକ ସିନେମା ବଲିଉଡ୍‌ରେ ନିର୍ମିତ ହୋଇଛି। ସେ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର