ଦଳରୁ ଇସ୍ତଫାଦେବା ପରେ ଆମ ଆଦମୀ ପାର୍ଟି ମୁଖ୍ୟ କେଜରିଓ୍ଵାଲଙ୍କୁ ଆକ୍ଷେପ କଲେ ଆଶୁତୋଷ

ନୂଆଦିଲ୍ଲୀ: ଦୀର୍ଘ ୨୩ବର୍ଷର ସାମ୍ବିକତା ଜୀବନକୁ ତ୍ୟାଗ କରି ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଶୁତୋଷ ନିକଟରେ ଆମ୍‌ ଆଦ୍‌ମୀ ପାର୍ଟି ରୁ ଇସ୍ତଫା ଦେଇଛନ୍ତି। ଆଉ ଦଳରୁ ଇସ୍ତଫା ଦେବା ପରେ ଆଶୁତୋଷ ନାମ ନ ନେଇ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲଙ୍କୁ ଆକ୍ଷେପ କରିଛନ୍ତି। ବିଶେଷ କରି ତାଙ୍କ ଜାତିକୁ ନେଇ ପ୍ରଶ୍ନ ପଚରା ଯାଇଥିିବା ନେଇ ଆଶୁତୋଷ ଟ୍ଵ୍ଵିଟ୍‌ କରିବା ପରେ ଏବେ ଆମ୍‌ ଆଦ୍‌ମୀ ପାର୍ଟିରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛିି।

In 23 years of my journalism, no one asked my caste, surname. Was known by my name. But as I was introduced to party workers as LOKSABHA candidate in 2014 my surname was promptly mentioned despite my protest. Later I was told – सर आप जीतोगे कैसे, आपकी जाति के यहाँ काफी वोट हैं ।

— ashutosh (@ashutosh83B) August 29, 2018

ସୂଚନାଯୋଗ୍ୟ ଯେ ଆଶୁତୋଷ ଜଣେ ବରିଷ୍ଠ ଟିଭି ସାମ୍ବାଦିକ ଭାବେ ସମଗ୍ର ଦେଶରେ ଜଣାଶୁଣା। ତେବେ ପ୍ରାୟ ୪ ବର୍ଷ ତଳେ ଆଶୁତୋଷ ଆମ ଆଦାମୀ ପାର୍ଟିରେ ଯୋଗ ଦେଇଥିଲେ। ନିକଟରେ ରାଜନୀତିରୁ ତାଙ୍କର ମୋହ ଭଙ୍ଗ ହେବା ପରେ ସେ ଆମ୍‌ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେବେ ଆଶୁତୋଷ ଏକ ଟ୍ଵିଟ୍‌ କରି କହିଛନ୍ତି ଦୀର୍ଘ ୨୩ ବର୍ଷର ସାମ୍ବାଦିକତା ଜୀବନରେ ତାଙ୍କୁ କେହି ତାଙ୍କ ଜାତି ବା ସାଙ୍ଗିଆ ନେଇ ପ୍ରଶ୍ନ କରି ନ ଥିଲେ। ମାତ୍ର ଯେତେବେଳେ ସେ ୨୦୧୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ତାଙ୍କ ସହିତ ପରିଚୟ କରଯାଉଥିଲା,ସେତେବେଳେ ଜାଣିଶୁଣି ତାଙ୍କ ନାମ ସହିତ ସାଙ୍ଗିଆ ଯୋାଡ଼ି ଦିଆଯାଇଥିିଳା। ଏହାକୁ ସେ ବିରୋଧ କରିଥିଲେ। ତେବେ ସେତେବେଳେ ମୋତେ କୁହାଯାଇଥିିଲା ‘ସାର, ଆପଣ ନିର୍ବାଚନ ଜିଣିବେ କିପରି। ଆପଣଙ୍କ ଜାତିର ବହୁ ଭୋଟର ଏହି ନିର୍ବାଚନମଣ୍ଡଳିରେ ଅଛନ୍ତି‘। ଏହା ଦ୍ୱାରା ଆମ୍‌ ଆଦ୍‌ମୀ ପାର୍ଟିରେ ଜାତିଆଣ ରାଜନୀତି କରୁଛି ବୋଲି ପରୋକ୍ଷରେ କହି ଆଶୁତୋଷ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍‌ରିଓ୍ଵାଲଙ୍କୁ ଆକ୍ଷେପ କରିଛନ୍ତି।

ସମ୍ବନ୍ଧିତ ଖବର