ତ୍ରିସୁର: ମଙ୍ଗଳବାର ମଧ୍ୟରାତ୍ରୀ ସମୟରେ ଟୋଲ୍ ଗେଟ୍ ଫି’ ମାଗିବାରୁ ପୁଞ୍ଜର୍ ବିଧାୟକ ପି ସି ଜର୍ଜ ଚିଡ଼ି ଯାଇ ପାଲିଆକ୍କାରା ଟୋଲ୍ ପ୍ଲାଜାର ଷ୍ଟପ୍ ବେରିଅର୍କୁ ଭାଙ୍ଗି ପକାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟୋଲ୍ ପ୍ଲାଜା ପରିଚାଳନା କରୁଥିବା କର୍ମଚାରୀମାନେ ପୁଲିସ୍ରେ କରିଥିବା ରିପୋର୍ଟ ଅନୁସାରେ, ସେମାନେ ତାଙ୍କ ଗାଡ଼ି ଅଟକାଇବାରୁ ସେ ବେରିଅର୍ ଭାଙ୍ଗି ଦ୍ରୁତ ବେଗରେ ପଳାଇ ଗଲେ।
ପ୍ଲାଜାରୁ ମିଳିଥିବା ସିସିଟିଭି ଭିଡିଓ ଫୁଟେଜ୍ରେ ଦେଖା ଯାଉଛି, ବିଧାୟକ ତାଙ୍କ ଗାଡ଼ିରୁ ବାହାରି ନିଜ ସହଯୋଗୀମାନଙ୍କ ସହ ବେରିଅରକୁ ଭାଙ୍ଗୁଛନ୍ତି।
ଜର୍ଜ କହିଛନ୍ତି ଯେ ସେ ଜଣେ ବିଧାୟକ କହିବା ପରେ ମଧ୍ୟ ଟୋଲ୍ ଦେବାକୁ ଟୋଲ୍ ପ୍ଲାଜାର କର୍ମଚାରୀମାନେ ଜିଦ୍ ଧରିଥିଲେ। ତାଙ୍କ କାର୍ର ସାମ୍ନା ଓ ପଛରେ ଲାଗିଥିବା ବୋର୍ଡକୁ ମଧ୍ୟ ବିଧାୟକ ଆଙ୍ଗୁଳି ନିର୍ଦେଶ କରି ଦେଖାଇଲେ ଏବଂ ବୁଝାଇ କହିଲେ କି, ଆଇନ୍ କହୁଛି ବିଧାୟକମାନେ ଟୋଲ୍ ପୈଠ କରିବା ଅନାବଶ୍ୟକ।
ସେ ଆହୁରି କହିଛନ୍ତି ଯେ ସେ କାର୍ରେ ଦୁଇ ତିନି ମିନିଟ୍ ବସି ରହି ଅପେକ୍ଷା କଲେ, କାଳେ କର୍ମଚାରୀମାନେ ଗେଟ୍ ଉଠାଇ ତାଙ୍କୁ ଛାଡ଼ି ଦେବେ। ପରେ ସେ ଗାଡ଼ିରୁ ବାହାରି ଆସି ଗେଟ୍ ଖୋଲିବାକୁ କର୍ମଚାରୀମାନଙ୍କୁ କହିଲେ, କିନ୍ତୁ ସେମାନେ ଶୁଣିଲେ ନାହିଁ।