ମୁମ୍ବାଇ: ମୀରା ରୋଡ୍ରେ ଲଣ୍ଡନ୍ର ଏକ ଓକିଲ ଦମ୍ପତି ଛାଡ଼ି ଯାଇଥିବା ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଥିବା ଏକ ବ୍ୟାଗ୍କୁ ଜଣେ ଅଟୋ ରିକ୍ସା ଡ୍ରାଇଭର୍ ଫେରାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁଲାଇ ୧୮ ତାରିଖ ଦିନ ଅଟୋ ଡ୍ରାଇଭର୍ ବିପିନ ପଟେଲ ଦେଖିଲେ ତାଙ୍କ ଅଟୋରେ ଗୋଟାଏ କଳା ବ୍ୟାଗ୍ ପଡ଼ିଛି। ଖୋଲି ଦେଖିଲେ ସେଥିରେ ସୁନା ଗହଣା। ପଟେଲ୍ ଅନୁମାନ କଲେ, କିଛି କ୍ଷଣ ପୂର୍ବରୁ ଅଟୋରେ ଯାଇଥିବା ଦମ୍ପତି ନିଶ୍ଚୟ ଏ ବ୍ୟାଗ୍ ଛାଡ଼ି ଯାଇଛନ୍ତି। ପଟେଲ ସେ ବ୍ୟାଗ୍ଟିକୁ ନେଇ କଶ୍ମୀରା ଥାନାରେ ଜିମା ଦେଇଦେଲେ।
କେଉଁ ଅଞ୍ଚଳରେ ଦମ୍ପତିଙ୍କୁ ଛାଡ଼ି ଥିଲେ, ପଟେଲ୍ ତାହାର ଏକ ବର୍ଣ୍ଣନା ଦେବା ପରେ ସ୍ଥାନୀୟ କ୍ରାଇମ୍ ବ୍ରାଞ୍ଚ୍ ପୁଲିସ ଭାରତ ଭ୍ରମଣରେ ଆସିଥିବା ସେ ଓକିଲ ଦମ୍ପତି ଜୁଲ୍ଫିକର୍ ଲକଡ଼ାଓ୍ଵାଲା ଏବଂ ରଚନାଙ୍କୁ ଠାବ କରିଥିଲେ।
ପରେ ଥାନାରେ ସେ ବ୍ୟାଗ୍ ଉକ୍ତ ଦମ୍ପତିଙ୍କୁ ଦିଆଯାଇଥିଲା।
୨୦୦୨ ମସିହାରୁ ଲଣ୍ଡନ୍ରେ ବସବାସ କରୁଥିବା ସେ ଦମ୍ପତି ବ୍ୟାଗ୍ଟି ଛାଡ଼ି ଆସିଛନ୍ତି ବୋଲି ଅଟୋରୁ ଓହ୍ଲାଇବାର କିଛି ସମୟ ପରେ ଜାଣି ପାରିଥିଲେ। ଅଳଙ୍କାର ଥିବା ସେ ବ୍ୟାଗ୍ଟି ଫେରି ପାଇବାର ଆଶା ସେମାନେ ଛାଡ଼ି ଦେଇଥିଲେ।
ସାଧୁତା ପାଇଁ ପଟେଲ୍ଙ୍କୁ ସେ ଦମ୍ପତି ପ୍ରଶଂସା କରିଛନ୍ତି।