ଦୁର୍ଘଟଣାଗ୍ରସ୍ତ ଲାୟନ୍‌ ଏୟାର ଜେଟ୍‌ର ପାଇଲଟ୍‌ ଫେରି ଆସିବା ପାଇଁ ଜରୁରୀକାଳିନ କଲ୍‌ କରିଥିଲେ, କିନ୍ତୁ ପରେ ସବୁ ଠିକ୍‌ ହୋଇଗଲା କହି ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲେ

ଇଣ୍ଡୋନେସିଆ: ଇଣ୍ଡୋନେସିଆର ବାଲି ଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିବା ଲାୟନ୍‌ ଏୟାର ଜେଟ୍‌ର ପାଇଲଟ୍‌ ବାଲି ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନରେ ତ୍ରୁଟି ପରିଲକ୍ଷିତ କରି ପାଇଲଟ୍‌ ଆଉଥରେ ମଝିବାଟରୁ ବିମାନଟିକୁ ଆଉଥରେ ବିମାନ ବନ୍ଦରକୁ ଫେରାଇ ଆଣିବା ପାଇଁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ଜରୁରୀକାଳିନ ବାର୍ତ୍ତା ପଠାଇ ଅନୁମତି ମାଗିଥିଲେ। ପାଇଲଟ୍‌ଙ୍କ ଠାରୁ ଏ ବାର୍ତ୍ତା ପାଇବା ପରେ ଏଟିସି ତାଙ୍କୁ ବିମାନ ବନ୍ଦରକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଆଉଥରେ ଏଟିସିକୁ ବାର୍ତ୍ତା ପଠାଇ କହିଥିଲେ ଯେ ବିମାନରେ ଦେଖା ଦେଇଥିବା ତ୍ରୁଟି ସୁଧୁରି ଯାଇଛି ଏବଂ ସେ ବିମାନଟିକୁ ଆଉ ବିମାନ ବନ୍ଦରକୁ ନଫେରାଇ ଆଉଥରେ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏଟିସି ସହ ଏହି ବାର୍ତ୍ତାଳାପ ପରେ ଦୁର୍ଘାଟଣା ଗ୍ରସ୍ତ ବିମାନର ପାଇଲଟ ବିମାନଟିକୁ ଗନ୍ତବ୍ୟସ୍ଥଳ ଅଭିମୁଖେ ନେଇଥିଲେ ଓ କିଛି ସମୟ ପରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ସମୁଦ୍ର ଭିତରେ ଖସି ପଡ଼ିଥିଲା। ଏହି ଘଟଣାରେ ବିମାନରେ ଥିବା ସମସ୍ତ ୧୮୯ ଜଣ ପ୍ରାଣ ହରାଇଥିଲେ।

ଆଜି ଏହି ଘଟଣାକୁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଆଉ ଏକ ବିମାନର ପାଇଲଟ୍‌। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲାୟନ୍‌ ଏୟାର ଜେଟ୍‌ର ବିମାନଟି ବାଲି ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ପରେ ଆଉ ଗୋଟିଏ ବିମାନ ବାଲି ବିମାନ ବନ୍ଦରରେ ଅବତରଣ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ଫଳରେ ଏଟିସି କର୍ତ୍ତୃପକ୍ଷ ଓ ଲାୟନ୍‌ ଏୟାର ଜେଟ୍‌ର ପାଇଲଟଙ୍କ ମଧ୍ୟରେ ହୋଇଥିବା ସମସ୍ତ ବାର୍ତ୍ତାଳାପକୁ ତାଙ୍କ ବିମାନର ରେଡ଼ିଓ ସିଷ୍ଟମ ସାହାଯ୍ୟରେ ସଂପୃକ୍ତ ପାଇଲଟ୍‌ ଶୁଣି ପାରିଥିଲେ ବୋଲି ଆଜି କହିଛନ୍ତି।

ସମ୍ବନ୍ଧିତ ଖବର