ବିଶ୍ୱର ଶ୍ରେଷ୍ଠ ୨୦ଟି ସ୍ମାର୍ଟ ସିଟି ମଧ୍ୟରେ ସ୍ଥାନପାଇଲା ଭୁବନେଶ୍ୱର, ତାଲିକାରେ ଏକମାତ୍ର ଭାରତୀୟ ସହର

ଭୁବନେଶ୍ୱର: ଏକ ସ୍ମାର୍ଟ ସିଟି ହିସାବରେ ଭୁବନେଶ୍ୱର କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସ୍ୱୀକୃତି ହାସଲ କରିଛି । ଭାରତରେ ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ନ୍‌ଂ୧ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ସ୍ମାର୍ଟ ସିଟି ସର୍ଭେରେ ପ୍ରଥମ ୨୦ ଟି ସହର ମଧ୍ୟରେ ସ୍ଥାନ ପାଇଛି ।

ଲଜେନିପର ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗ୍ଲୋବାଲ ସ୍ମାର୍ଟ ସିିଟି ପରଫରମାନ୍ସ ଇଣ୍ଡେକ୍ସ ୨୦୧୭ରେ ଭୁବନେଶ୍ୱର ସାରା ବିଶ୍ୱରେ ୨୦ ତମ ସ୍ଥାନରେ ରହିଛି । ସିଂଗାପୁର ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି । ମୋବିଲିଟି, ସ୍ୱାସ୍ଥ୍ୟସେବା, ନିରାପତ୍ତା ଓ ଉତ୍ପାଦକତାରେ ସିଂଗାପୁର ନଂ୧ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ସିଂଗାପୁର ବିଶ୍ୱର ଅନ୍ୟ ପ୍ରମୁଖ ସହର ନ୍ୟୁୟର୍କ, ସାନଫ୍ରାନସିସକୋ, ଟୋକିଓ ପରି ସହରଠାରୁ ଆଗୁଆ ଅଛି ।
ମୋବିଲିଟି ବା ଗମନାଗମନ ସୁବିଧା, ସ୍ୱାସ୍ଥ୍ୟସେବା ସୁବିଧା ଓ ଉତ୍ପାଦକତାରେ ଭୁବନେଶ୍ୱର ବିଶ୍ୱରେ ୨୦ ତମ ସ୍ଥାନରେ ରହିଛି । ତେବେ ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିରାପତ୍ତା କ୍ଷେତ୍ରରେ ଭୁବନେଶ୍ୱର ୧୩ ତମ ସ୍ଥାନରେ ରହିଛି । ଏହି ମାନଦଣ୍ଡରେ ଭୁବନେଶ୍ୱର ତଳେ ରହିଛନ୍ତି ବର୍ଲିନ, ପୋର୍ଟଲାଣ୍ଡ, ବାର୍ସିଲୋନା ପରି ନଗରୀ ।

ସମ୍ବନ୍ଧିତ ଖବର