ନୂଆଦିଲ୍ଲୀ: ଭୟଙ୍କର ଖେଳ ବ୍ଲୁ ହୋଏଲ୍ ବା ନୀଳ ତିମିକୁ ବନ୍ଦ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ କହିଛନ୍ତି। ଏହା ଏକ ଆପ୍ ଆଧାରିତ ଖେଳ ହୋଇନଥିବାରୁ ଏହାକୁ ବନ୍ଦ କରିବା ଅସମ୍ଭବ। ଏଥିରୁ ମୁକ୍ତି ପାଇବାର ଏକ ମାତ୍ର ଉପାୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବମାନେ ଦାୟିତ୍ୱ ବହନ କରିବେ। କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇ ଗେମ୍ ବନ୍ଦ ଅସମ୍ଭବ ବୋଲି ଜଣାଇବା ପରେ ସୁପ୍ରିମ୍କୋର୍ଟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଏହି ମାରାତ୍ମକ ଗେମ୍ ଦ୍ୱାରା ପ୍ରଭାବିତ ହୋଇ ଋଷିଆର ୧୩୦ ଯୁବକ-ଯୁବତୀ ମୃତ୍ୟୁବରଣ କରିବା ପରେ ଏହାର ଭୟବହତା ବିଷୟରେ ଜଣାପଡ଼ିଥିଲା। ଏହି ଭୟଙ୍କର ଗେମ ବିଷୟରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଗତ ଅକ୍ଟୋବର ମାସରେ ନିମ୍ନ ଅଦାଲତ ବିଶେଷଜ୍ଞମାନଙ୍କୁ ନେଇ ଏହି ଭୟଙ୍କର ଗେମ ଉପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗେମ୍କୁ ‘ଆତ୍ମହତ୍ୟାର ଖେଳ’ବୋଲି କୁହାଯାଉଛି। ଏହା ଛୋଟ ପିଲାଙ୍କୁ ବେଶି ଆକୃଷ୍ଟ କରୁଛି ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଂଜକୁ ସାମ୍ନା କରିବା ପାଇଁ ପ୍ରବର୍ତ୍ତାଉଛି। ଶେଷରେ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି। ଗେମ୍ଟି ଏକ ଜାତୀୟ ସମସ୍ୟା ପାଲଟିଛି। ପୂର୍ବରୁ ସୁପ୍ରିମକୋର୍ଟ ଏହି ଗେମର ଭୟାବହତା ବିଷୟରେ ସଚେତନ କରାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଦୂରଦର୍ଶନ କେନ୍ଦ୍ର ଓ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପ୍ରାଇମ ଟାଇମ ପ୍ରୋଗ୍ରାମରେ ଏହି ଗେମକୁୁ ନେଇ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।