ବାଗଦାଦ: କବରରୁ ସଦ୍ଦାମ ହୁସେନଙ୍କ ଶବ ଗାଏବ

 

ବାଗଦାଦ:  ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ  ଶାସକ ସଦ୍ଦାମ ହୁଏସନଙ୍କ ମୃତଦେହ ତାଙ୍କ କବରରୁ କିଏ କ ଗାଏବ କରି ନେଇଛିି। କବର ଭିତରେ ସଦ୍ଦାମ ହୁସେନଙ୍କ ଶବ ନ ଥିବା ଘଟଣା ଜଣାପଡ଼ିବା ପରେ  ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ   ସାଜିଥିବା ସ୍ୱେଛାଚାରୀ ଶାସକ  ସଦ୍ଦାମ ହୁଏସନଙ୍କୁ ଆମେରକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି ତାଙ୍କର କୋର୍ଟରେ ଶୁଣାଣି ହେବା ପରେ ତାଙ୍କୁ ଫାଶି ଦେବା ପାଇଁ  କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗତ ୨୦୦୬ ମସିହା ଡିସେମ୍ବର ୩୦ ତାରିଖ ଦିନ ସଦ୍ଦାମ ହୁସେନଙ୍କୁ ଫାଶି ଦିଆଯୋଇଥିଲାା। ଫାଶି ଯୋଗୁଁ  ସଦ୍ଦାମ ହୁସେନଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁ ଆମେରିକା ସେନା ହେଲିକ୍ୟାପ୍ଟରରେ  ନିଆଯାଇ ଇରାକର ଅଲ ଅବଜା ଠାରେ କବର ଦିଆଯାଇଥିଲା। ତେବେ   ସଦ୍ଦାମ ହୁସେନଙ୍କ ଜଣେ ସମ୍ପର୍କୀୟ  ଶେଖ୍‌ ମନଫ ଅଲୀ ଅଲ ନିଦା ଅଭିଯୋଗ କରିଛନ୍ତିି ଯେ  ସଦ୍ଦାମ ହୁସେନଙ୍କ ମୃତଦେହ ତାଙ୍କ କବରରେ ନାର୍ହିଁ। କେହି ତାଙ୍କ ଶବକୁ କବରରୁ କାଢ଼ି ପୋଡ଼ିଦେଇଛି।

ସୂଚନାଯୋଗ୍ୟ ଯେ ସଦ୍ଦାମ ହୁସେନଙ୍କ କବରସ୍ଥଳ ଦେଖିବା ପାଇଁ ପ୍ରତ୍ୟେହ  ଅଲ ଅବଜାରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା। ତେବେ ଏହି କବର ନଷ୍ଟ ହେବା ଓ ସେଥିରୁ ସ୍ୱେଚ୍ଛାଚାରୀ ସଦ୍ଦାମ ହୁସେନ୍‌ର ଶବ ଗାଏବ ହେବା ଘଟଣା ନେଇ ସେଠାରେ ମୂତୟନ ସୁରକ୍ଷା କର୍ମୀମାନେ କହିଛନ୍ତି ଯେ  ଆଇଏସ ଆକ୍ରମଣ ଯୋଗୁଁ  ସଦ୍ଦାମ ହୁସେନଙ୍କ କବର କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର