ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ସାହାସିକତା ପୁରସ୍କାରରେ ସମ୍ମାନିତ କରାଯାଉଥିବା ଯବାନଙ୍କ ତାଲିକାରେ ଚଳିତ ବର୍ଷ ପ୍ରକାଶ ରାଠୋରଙ୍କ ନାମ ରହିଛି। ଏଯାବତ ପ୍ରକାଶ ରାଠୋର ୩୬ଟି ଏନ୍କାଉଣ୍ଟରରେ ୧୨ରୁ ଊର୍ଧ୍ୱ ନକ୍ସଲଙ୍କୁ ନିହତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ,୨୦୧୭ ମସିହାରେ ନକ୍ସଲଙ୍କ ସହିତ ହୋଇଥିବା ଗୁଳିବିନିମୟରେ ପ୍ରକାଶ ରାଠୋରଙ୍କ କାନ୍ଧରେ ଗୁଳି ବାଜି ଥିଲା। ଏହାପରେ ବି ପ୍ରକାଶ ନିଜ ଜୀବନକୁ ତିଳେମାତ୍ର ଖାତିର ନ କରି ପୂରା ୧୮ଘଣ୍ଟା ନକ୍ସଲଙ୍କ ସହିତ ଲଢ଼େଇ ଜାରି ରଖିଥିଲେ। ଏଥିପାଇଁ କୋରବା , ଛତିଶଗଡ଼ର ଏହି ବୀର ଯବାନଙ୍କୁ ପୁଲିସ ଗେଲେଣ୍ଟ୍ରି ଆଓ୍ଵାର୍ଡର ଘୋଷଣା କରିଛି। ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଦତ୍ତ ଏହି ପୁଲିସ ସାହାସିକତା ପଦକ ଆଗାମୀ ସ୍ୱାଧୀନତା ଦିବସରେ ରାୟପୁର ରାଜ୍ୟପାଳ ଦ୍ୱାରା ପ୍ରଦାନ କରାଯିବ।
ପ୍ରକାଶିତ ଖବର ମୁତାବକ, ୨୦୧୭ ମସିହାରେ ୧୬ ଯବାନଙ୍କ ନେତୃତ୍ୱ କରୁଥିବା ପ୍ରକାଶ ୧୫୦ କୋବ୍ରା କମାଣ୍ଡୋଙ୍କ ସହିତ ୫ଦିନର ଅପରେସନ୍ରେ ଥିଲେ। ଦୁଇଦିନ ସର୍ଚ୍ଚିଂ ପରେ ତୃତୀୟଦିନ ନକ୍ସଲ ପୂରା ବାଟାଲିୟାନ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୫ଜଣ ଯବାନ ଗୁରୁତର ହେବା ସହିତ ତିନି ଜଣ ଯବାନ ସହିଦ ହୋଇଥିଲେ। ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍ରେ ତାଙ୍କ କାନ୍ଧରେ ଦ୍ୱିପହର ୩ଟାରେ ଗୁଳି ବାଜିଥିଲା। କିନ୍ତୁ ରାତି ପାହି ସକାଳ ହୋଇଥିଲେ ବି ସେ ନିଜ କର୍ମରେ ଅଟଳ ରହିଥିଲେ। ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହିତ ପୂରା ୧୮ଘଣ୍ଟା ଲଢ଼ିଥିଲେ ପ୍ରକାଶ ରାଠୋର।