ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ମାମଲାରେ ସଂପୃକ୍ତି ନେଇ ଡେପୁଟି ଏସ୍ପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ଜନୈକ ବ୍ୟବସାୟୀଙ୍କୁ ଦୋଷମୁକ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ୨କୋଟି ଟଙ୍କାର ଉତ୍କୋଚ ନେବା ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇର ଜନୈକ ଡେପୁଟି ଏସ୍ପିଙ୍କ ଆଜି (ସୋମବାର) ଅପରାହ୍ଣରେ ଗିରଫ କରିବା ଘଟଣା ଦେଶବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ହୋଇଥିବା ସିବିଆଇର ଜନୈକ ଡେପୁଟି ଏସ୍ପିଙ୍କ ନାମ ଦେବେନ୍ଦ୍ର କୁମାର ବୋଲି ସିବିଆଇ ସୂତ୍ରରୁ ପ୍ରକାଶ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଉତ୍କୋଚ ଗ୍ରହଣ କରିବା ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏକ ମାମଲାରେ ଅଭିଯୁକ୍ତ ଜଣେ ଦୋଷୀଙ୍କୁ ଅନୁଗ୍ରହ ପ୍ରଦାନ ପାଇଁ ତାଙ୍କ ଠାରୁ ୫ କୋଟିର ଉତ୍କୋଚ ଦାବି କରିଥିଲେ ଏବଂ ଏହି ଉତ୍କୋଚ ରାଶିକୁ ଦୁବାଇ ଠାରେ ରହୁଥିବା ଜନୈକ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର୍ ସତୀଶ ସାନାଙ୍କୁ ପ୍ରଦାନ କରିବା ପାଇଁ ମନୋଜ ପ୍ରସାଦ ନାମକ ଜନୈକପ ମଧ୍ୟସ୍ଥିଙ୍କ ଜରିଆରେ ନିର୍ଦ୍ଦେଶ ଦେଇଥିଲେ।
ଏ ଘଟଣା ଜଣା ପଡ଼ିବା ପରେ ଏବେ ସିବିଆଇ କର୍ତ୍ତୃପକ୍ଷ ଏ ଉତ୍କୋଚ କାରବାରରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରଥିଲା। ସିବିଆଇ ମନୋଜଙ୍କ ଫୋନ୍ କଲ୍ ଓ ହ୍ଵାଟସ୍ଆପ୍ ମେସେଜ୍କୁ ଯାଚ କରିବା ପରେ ବ୍ୟବସାୟୀ ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାଙ୍କ ବିରୋଧରେ ଏକ ବିଧିବଦ୍ଧ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଚଳାଇଥିଲା। ତେବେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ସହ ହୋଇଥିବା ଲାଞ୍ଚ କାରବାରରେ ସିବିଆଇର ଜନୈକ ଡେପୁଟି ଏସ୍ପ ଦେବେନ୍ଦ୍ର କୁମାର ସଂପୃକ୍ତ ଥିବା ସିବିଆଇ ତଦନ୍ତକାରୀ ଟିମ୍ ଆଜି ପ୍ରମାଣ ପାଇବା ପରେ ଏହି ମାମଲାରେ ତାଙ୍କୁ ଗିରଫ କରିଛି।