କାନାଡ଼ାକୁ ଧମକାଇଲା ଚୀନ୍

ବେଜିଂ : ହୁୱେଇ ଟେକ୍ନୋଲୋଜିଜ୍ କମ୍ପାନି ଲିମିଟେଡର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ‌ମେଙ୍ଗ୍‌ ୱାଙ୍ଗଝୁଙ୍କୁ ତୁରନ୍ତ ମୁକୁଳାଇବା ପାଇଁ ଚୀନ କାନାଡ଼ାକୁ ଧମକାଇଛି। ଏହା ନକଲେ ପରିଣତି ଭୋଗିବ ବୋଲି କହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧ ତାରିଖରେ ୱାଙ୍ଗଝୁଙ୍କୁ କାନାଡ଼ାରେ ଗିରଫ କରାଯାଇଥିଲା। ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯିବା ସମ୍ଭାବନା ରହିଛି। ଇରାନ ବିରୋଧରେ ଆମେରିକା କଟକଣା ଲାଗୁ କରିଛି। କଟକଣା ଲାଗୁ ସତ୍ତ୍ବେ ଏହି ଦେଶକୁ ଉପକରଣ ବିକିବା ଲାଗି ତାଙ୍କ କମ୍ପାନିର ରହିଥିବା ସମ୍ପର୍କକୁ ସେ ଲୁଚାଇବା ଅଭିଯୋଗ ଆମେରିକା ତାଙ୍କ ବିରୋଧରେ ଆଣିଛି। ୱାଙ୍ଗଝୁ ହେଉଛନ୍ତି ହୁୱେଇ କମ୍ପାନିର ପ୍ରତିଷ୍ଠାତାଙ୍କ ଝିଅ।

ସମ୍ବନ୍ଧିତ ଖବର