ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ନିୟମ: କ୍ୟାବ ବୁକିଂ ପରେ ଯଦି ଗାଡ଼ି ନ ଆସେ ତେବେ ୨୫,୦୦୦ ଟଙ୍କାର ତଣ୍ଡ ଗଣିବେ ଓଲା/ଉବେର୍ ଭଳି କମ୍ପାନି

ନୂଆଦିଲ୍ଲୀ : ଯଦି ଆପଣ ମୋବାଇଲ ଆପ ଜରିଆରେ କ୍ୟାବ୍ ବୁକ୍ କରିଛନ୍ତି ଏବଂ ଶେଷ ମୁହୂର୍ତରେ ହିଁ କ୍ୟାବ୍ ଡ୍ରାଇବର ଆସିବାକୁ ମନା କରିଦିଏ ତେବେ ଏଥିପାଇଁ କ୍ୟାବ୍ କଂପାନି ଆପଣଙ୍କୁ କ୍ଷତିପୂରଣ ଦେବ । ପୁଣି କୌଣସି ଛୋଟ ପରିମାଣ ନୁହେଁ, କ୍ଷତିପୂରଣ ଦେବ ୨୫ ହଜାର ଟଙ୍କା । ତେବେ ଏଭଳି ଏକ ନିୟମ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଏହି ନୂଆ ନିୟମ ଅନୁସାରେ, ଡ୍ରାଇଭରର ଅବହେଳା ଲାଗି କ୍ୟାବ୍ କଂପାନି ବିରୋଧରେ ଅଭିଯୋଗ ହେଲେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରାଯିବ ।

ସୂଚନା ମୁତାବକ, ଦିଲ୍ଲୀ ସରକାର ଲାଇସେନ୍ସିଂ ଆଣ୍ଡ ରେଗୁଲେସନ ଆପ୍ ବେସଡ ଏଗ୍ରିଗେଟର ରୁଲ ୨୦୧୭ ଏବଂ ସିଟି ଟ୍ୟାକ୍ସି ସ୍କିମ୍ ୨୦୧୭ ପ୍ରସ୍ତୁତ କରୁଛନ୍ତି। କ୍ୟାବିନେଟ ମୋହର ଲାଗିବା ପରେ ଏହି ନିୟମ ଲାଗୁ କରିଦିଆଯିବ । ନୂଆ ନୀତି ଅନୁସାରେ, ଯଦି କୌଣସି ଯାତ୍ରୀ ଦୁର୍ବ୍ୟବହାର କିମ୍ବା ଡ୍ରାଇଭରର ଖରାପ ବ୍ୟବହାର ନେଇ ଅଭିଯୋଗ କରନ୍ତି ତେବେ ତାଙ୍କ ଅଭିଯୋଗକୁ ଏଗ୍ରିଗେଟରଙ୍କୁ ପୁଲିସରେ ଦାଖଲ କରିବାକୁ ପଡିବ । ଯଦି ସେ ଏଭଳି କରିବାରେ ଅସଫଳ ହୁଅନ୍ତି ତେବେ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗିବ ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗୋଟି ଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେବା ଆଣିବା ପାଇଁ କ୍ୟାବ୍ ସର୍ଭିସ ଏକ ବହୁତ ଭଲ ମାଧ୍ୟମ। ଏଭଳି ପରିସ୍ଥିତିରେ କ୍ୟାବ୍ ସର୍ଭିସର ପରିଚାଳନା ପାଇଁ ଏକ ନିୟମ ପ୍ରସ୍ତୁତ କରାଯିବା ମଧ୍ୟ ବହୁତ ଜରୁରୀ । ଏହି ନିୟମ ଲାଗୁ ହୋଇଗଲେ , ଆପ ଜରିଆରେ କ୍ୟାବ ଚଳାଉଥିବା କଂପାନୀମାନଙ୍କୁ ଦିଲ୍ଲୀରେ ବ୍ୟବସାୟ କରିବା ପାଇଁ ପରିବହନ ବିଭାଗରୁ ଲାଇସେନ୍ସ ନେବାକୁ ପଡିବ । କ୍ୟାବ୍ କଂପାନିମାନଙ୍କୁ ଏକ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲିବାକୁ ପଡିବ । ଆଉ ସମସ୍ତ କ୍ୟାବ୍ ଲାଇଭ ଜିପିଏସ ଡାଟା ପରିବହନ ବିଭାଗର କଣ୍ଟ୍ରୋଲ୍ ସେଣ୍ଟର ସହ ସଂଯୋଗ କରିବାକୁ ପଡିବ। ନୂଆ କ୍ୟାବ ନୀତି ଦ୍ୱାରା ଯାତ୍ରୀମାନଙ୍କର ଉଭୟ ଡାଟା ଏବଂ ଯାତ୍ରା ସୁରକ୍ଷିତ ତଥା ସୁଖମୟ ହେବ । ନୂଆ ନୀତି ମୁତାବକ, ପ୍ରତ୍ୟେକ ଗାଡିରେ ଗୋଟିଏ ପ୍ୟାନିକ ବଟନ ମଧ୍ୟ ରହିବ, ଯାହା ଯାତ୍ରୀଙ୍କ ସୁରକ୍ଷା ପାଇଁ କାମ କରିବ ।

ନୂଆ ନୀତି ଦ୍ୱାରା ଏଗ୍ରିଗେଟରଙ୍କୁ ଏକ ନୂଆ ଫିଚର ମଧ୍ୟ ଯୋଡିବାକୁ ପଡିବ । ଯେଉଁଥିରେ ଯାତ୍ରୀ ନିଜ ଲୋକେସନ ଏବଂ କ୍ୟାବର ସୂଚନା ଆପ ଜରିଆରେ ଅତି କମରେ ୨ ଜଣଙ୍କୁ ପଠାଇ ପାରିବେ ।

ସମ୍ବନ୍ଧିତ ଖବର