ଆମର ଦେଶ ସ୍ୱାଧୀନ, ତେଣୁ ‘ବେଗ୍’ କୁହନ୍ତୁ ନାହିଁ : ଭେଙ୍କିଆ ନାଇଡୁ
ନୂଆଦିଲ୍ଲୀ: ରାଜ୍ୟସଭା ଆଚରଣରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ରାଜ୍ୟସଭାର ଅଧ୍ୟକ୍ଷ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଶୁକ୍ରବାର ଦିନ ରାଜ୍ୟସଭାରେ ଅଧ୍ୟକ୍ଷତା କରି ସେ ମନ୍ତ୍ରୀ ଏବଂ ସଦସ୍ୟମାନଙ୍କୁ କହିଛନ୍ତି ଯେ ଟେବୁଲ ଉପରେ ପେପର୍ ରଖିବା ସମୟରେ ଔପନିବେଶିକ ଶବ୍ଦ ‘ବେଗ୍’ (Beg) ବ୍ୟବହାର କରନ୍ତୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପାର୍ଲାମେଣ୍ଟ୍ର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ରାଜ୍ୟସଭାରେ ଅଧ୍ୟକ୍ଷତା ନାଇଡୁ କହିଛନ୍ତି ଯେ ଟେବୁଲ ଉପରେ ପେପର୍ ଉପସ୍ଥାପନ କରିବା ସମୟରେ କୌଣସି ସଦସ୍ୟ ଇଂରାଜୀ ଉକ୍ତି ‘ଆଇ ବେଗ୍ ଟୁ’ (I beg to) ବ୍ୟବହାର କରିବା ଅନୁଚିତ।
କେବଳ କୁହନ୍ତୁ: ‘ଆଇ ରାଇଜ୍ ଟୁ ଲେ ଅନ୍ ଦି ଟେବଲ୍ ଦି ଲିଷ୍ଟେଡ୍ ପେପର୍ସ। (I raise to lay on the table the listed papers.) ସ୍ୱାଧୀନ ଭାରତରେ ‘ବେଗ୍’ କହିବା ଅନାବଶ୍ୟକ।
ଟେବୁଲ ଉପରେ ତାଲିକାଭୁକ୍ତ ପେପର୍ ରଖିବାକୁ ମନ୍ତ୍ରୀମାନଙ୍କୁ କୁହାଯିବା ପରେ ସେମାନେ ପେପର୍ ରଖିବା ପାଇଁ ଏପରି କହନ୍ତି।
ଏହା କହିବା ପରେ ନାଇଡୁ ସ୍ପଷ୍ଟ କରି ଦେଇଥିଲେ ଯେ ଏହା ପ୍ରସ୍ତାବ ମାତ୍ର, ଆଦେଶ ନୁହେଁ।
ପ୍ରଥମ ଦିନ ଅଧ୍ୟକ୍ଷତା କରିବା ସମୟରେ ନାଇଡୁ କେବଳ ଏହି ଗୋଟିଏ କଥାରେ ପରିବର୍ତ୍ତନ କରି ନାହାନ୍ତି। ସେ ଠିଆ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଠ କରିଥିଲେ।
ତାଙ୍କର ପୂର୍ବସୂରୀ ହମିଦ ଅନ୍ସାରୀ ଏବଂ ଭୈରୋସିଂହ ଶେଖାଓ୍ଵାତ୍ ଶ୍ରଦ୍ଧାଞ୍ଜଳି ପାଠ କଲାବେଳେ ବସିଥାଆନ୍ତି।