ଲାଲୁଙ୍କ ଝିଅ ମିସା ଭାରତୀଙ୍କ ନାଁ’ରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: କଳାଟଙ୍କାକୁ ଧଳା କରିଥିବା ଅଭିଯୋଗରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଆର୍‌ ଜେ ଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ନାଁ’ରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି।

ପ୍ରବର୍ତ୍ତନ ନିର୍ଦେଶାଳର କାଉନ୍‌ସେଲ୍‌ ନୀତେଶ ରାଣା ସ୍ପେସାଲ୍‌ ଜଜ୍‌ ଏନ୍‌ କେ ମାଲହୋତ୍ରାଙ୍କ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି।

କଳାଟଙ୍କାକୁ ଧଳା କରିଥିବା ତଦନ୍ତ ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଭାରତୀ ଏବଂ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କର ଦିଲ୍ଲୀ ଠାରେ ଥିବା ଏକ ଫାର୍ମହାଉସ୍‌କୁ ସାମିଲ କରିଥିଲା।

ସମ୍ବନ୍ଧିତ ଖବର