କର୍ଣ୍ଣାଟକ ଏକଜିଟ ପୋଲ : ବିଜେପି ଆଗୁଆ, ଗଢିପାରେ ସରକାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୬ ଟା ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ମତଦାନ ପରେ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ବିଜେପି ଆଗୁଆ ଥିବା ଦର୍ଶାଯାଇଛି । ଟାଇମ୍ସ ନାଓ-ଟୁଡେସ ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁସାରେ ବିଜେପି ୧୨୦ଟି ଆସନ ପାଇ ସରକାର ଗଢିବ । କଂଗ୍ରେସ ୭୩ ଓ ଜେଡିଏସ ୨୬ଟି ଆସନ ପାଇବ । ସେହିପରି ସିଭୋଟରର ଏକଜିଟ ପୋଲ ଅନୁସାରେ ବିଜେପି ୧୦୩ଟି, କଂଗ୍ରେସ ୯୩ଟି ଓ ଜେଡିଏସ ୨୫ଟି ଆସନ ପାଇବ । ସେହିପରି ସିଏନଏକ୍ସ ର ଅନୁମାନ ଅନୁସାରେ ବିଜେପି ୧୦୬ ଟି, କଂଗ୍ରେସ ୭୫ଟି ଓ ଜେଡିଏସ ୩୭ଟି ଆସନ ପାଇବ । ଜନ କି ବାତ ପୂର୍ବାନୁମାନ କରିଛି ଯେ ବିଜେପି ୯୫ରୁ ୧୧୪ଟି ସିଟ ପାଇ ଏକକ ସଂଖ୍ୟା ଗରିଷ୍ଠତା ପାଇବ ।


ତେବେ ଆକ୍ସିସ ମାଇ ଇଣ୍ଡିଆ ପୋଲ ଅନୁସାରେ ବିଜେପି ୮୫ଟି ଓ କଂଗ୍ରେସ ୧୧୧ଟି ଓ ଜେଡିଏସ ୨୬ଟି ଆସନ ପାଇବ । ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ ଅନୁସାରେ କଂଗ୍ରେସ ୧୦୬ରୁ ୧୧୮ଟି ଆସନ ପାଇ ଆଗୁଆ ରହିବ, ବିଜେପି ୭୯ରୁ ୯୨ଟି ଆସନ ଓ ଜେଡିଏସ ୨୨ରୁ ୩୦ଟି ଆସନ ପାଇବ ।

ସମ୍ବନ୍ଧିତ ଖବର