ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ନିୟୁତ ଟପିଲା; ଦକ୍ଷିଣ ଆମେରିକାରେ ସଂକ୍ରମଣ ବୃଦ୍ଧି

ସିକାଗୋ: ବୁଧବାର ସୁଦ୍ଧା ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ନିୟୁତ ଟପିଯାଇଛି। ଗତ ସପ୍ତାହକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଉରୋପକୁ ଟପି ଲାଟିନ୍ ଆମେରିକା ସମଗ୍ର ବିଶ୍ବରେ ଦୈନିକ ଅଧିକ ସଂଖ୍ୟକ ନୂଆ ସଂକ୍ରମଣ ବଢୁଥିବା ଦେଶ ଭାବେ ପରିଗଣିତ ହୋଇଛି।

ପୂର୍ବରୁ ଲାଟିନ୍ ଆମେରିକାରେ ୯୧, ୦୦୦ ଆକ୍ରାନ୍ତ ହୋଇଥିଲେ। ଏ ସପ୍ତାହ ପ୍ରାରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଏହାର ଏକ ତୃତୀୟାଂଶ। ଏହି ସମୟରେ ୟୁରୋପ ଏବଂ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା ମାତ୍ର ୨୦%।

ବ୍ରାଜିଲ୍‌ରେ ବହୁସଂଖ୍ୟକ ନୂତନ ସଂକ୍ରମଣ ହୋଇ ଜର୍ମାନି, ଫ୍ରାନ୍‌ସ୍ ଏବଂ ଇଂଲଣ୍ଡ୍‌ର ସଂକ୍ରମଣ ସଂଖ୍ୟାକୁ ଟପିଯାଇଛି। ‌ଅର୍ଥାତ୍ ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷ୍ ପରେ ଏବେ ସଂକ୍ରମଣର ତାଲିକାର ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆମେରିକା। ସମ୍ପ୍ରତି ବ୍ରାଜିଲ୍‌ରେ ଦୈନିକ ଯେଉଁ ହାରରେ ସଂକ୍ରମଣ ବଢୁଛି, ତାହା କେବଳ ଆମେରିକାର ସଂକ୍ରମଣ ସଂଖ୍ୟା ସମକକ୍ଷ।

ରଏଟର୍ସ ହିସାବ ଅନୁସାରେ, ଜାନୁଆରି ୧୦ ତାରିଖ ଦିନ ଊହାନରେ ପ୍ରଥମ ୪୧ଟି ସଂକ୍ରମଣ ଚିହ୍ନଟ କରାଯିବା ପରେ ସମଗ୍ର ବିଶ୍ବରେ ସଂକ୍ରମଣ ବ୍ୟାପୀ ଏପ୍ରିଲ୍ ୧ ତାରିଖ ଦିନ ଏକ ନିୟୁତ ହୋଇଥିଲା। ସେବେଠାରୁ ପ୍ରତି ୨ ସପ୍ତାହରେ ୧ ନିୟୁତ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ହିସାବ ଅନୁସାରେ, ବିଶ୍ବରେ ବର୍ଷକୁ ଭୂତାଣୁଜନିତ ଅତି ଭୀଷଣ ଫ୍ଲୁ ସଂକ୍ରମଣ ୩ ନିୟୁତରୁ ୫ ନିୟୁତ ହେଉଥିବା ବେଳେ କରୋନାଭାଇରସ୍ ଛଅ ମାସର କମ୍ ସମୟ ମଧ୍ୟରେ ୫ ନିୟୁତ ସଂକ୍ରମଣ କରିସାରିଲାଣି। ଏବଂ ଏଥିଯୋଗୁଁ ୩୨୬୦୦ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲାଣି। ମୃତ୍ୟୁସଂଖ୍ୟାର ପ୍ରାୟ ଅର୍ଦ୍ଧେକ ହେଉଛି ଇଉରୋପର।

ସମ୍ବନ୍ଧିତ ଖବର